ଦ୍ରୁତ ବେଗରେ ଦେଶରେ ବଢୁଛି କରୋନା ସଂକ୍ରମଣ । ମାର୍ଚ୍ଚ, ଏପ୍ରିଲ ତୁଳନାରେ ମେ’, ଜୁନରେ ଅଧିକ ରହିଛି ସଂକ୍ରମଣର ହାର । ୧୦୯ ଦିନରେ ସଂକ୍ରମିତ ହୋଇଥିଲେ ୧ ଲକ୍ଷ, ଗତ ୧୫ ଦିନରେ ସଂଖ୍ୟା ପହଁଚିଲା ଏକ ଲକ୍ଷ ।

345

କନକ ବ୍ୟୁରୋ: ଭାରତରେ କାୟା ବିସ୍ତାର କରୁଛି କରୋନା ମହାମାରୀ । ଦିନକୁ ଦିନ ବଢ଼ିବାର ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଏବେ ସଂକ୍ରମଣ ସଂଖ୍ୟା ୨ଲକ୍ଷ ପାର କରିଛି । ସବୁଠାରୁ ଆଶ୍ମର୍ଯ୍ୟ କରିବା କଥା ମାତ୍ର ୧୫ ଦିନରେ ୨ଲକ୍ଷ ଡ଼େଇଁଛି ସଂକ୍ରମଣ ସଂଖ୍ୟା । କରୋନା ସଂକ୍ରମଣରେ ବିଶ୍ୱରେ ଏବେ ସପ୍ତମ ସ୍ଥାନରେ ଅଛି ଭାରତ । ଭାରତରେ ୨୪ ଘଂଟାରେ ୮ହଜାର ୯୦୯ ମାମଲା ଚିହ୍ନଟ ହୋଇଥିବା ବେଳେ ୨୧୭ଜଣଙ୍କର ମୃତ୍ୟୁ ହୋଇଛି ।

ଏବେ ଭାରତରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୭ହଜାର ୬୧୫ରେ ପହଂଚିଛି । ମହାମାରୀରେ ୫ହଜାର ୮୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଦେଶରେ ଏବେ ତାଲାବନ୍ଦ କଟକଣା କୋହଳ ହୋଇଛି । ଏହାରି ଭିତରେ ଦେଶରେ ବଢ଼ିବାକୁ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷରେ ପହଂଚିବାକୁ ୧୦୯ଦିନ ଲାଗିଥିଲା । ହେଲେ ମାତ୍ର ୧୫ ଦିନରେ ୨ଲକ୍ଷ ପହଂଚିଛି କରୋନା ପଜିଟିଭ୍ କେସ୍ ।

ଦେଶରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟାରେ ୮ ହଜାରରୁ ଅଧ୍ଖଳ ସଂକ୍ରମିତ ହେବା ସହ ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୪୫ରେ ପହଁଚିଛି । ୨୪ ଘଂଟାରେ ୨୧୯ ନୂଆ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୭୦ ହଜାର ପାଖାପାଖି ସଂକ୍ରମିତ ହୋଇଥିବାବେଳେ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି ।

ବିଶ୍ୱର ସପ୍ତମ ଦେଶ ଭାବେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଲକ୍ଷ ପାର କରିଛି । ଆମେରିକାରେ ୧୮ ଳକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ୧ ଲକ୍ଷ ୬ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ବିଶ୍ୱର ୨୧୩ଟି ଦେଶରେ ମୋଟ ୬୩ ଲକ୍ଷରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୩ ଲକ୍ଷ ୮୧ ହଜାର ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।