ଚୀନକୁ ପଛରେ ପକାଇ ଭାରତ ୧ ନମ୍ବର ।

63

ଦେଶରେ ଥିବା ନିଜ ଦେଶର ଲୋକମାନଙ୍କ ଠାରୁ ଟଙ୍କା ପାଇବାରେ ଭାରତ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛି । ବିଶ୍ୱ ବ୍ୟାଙ୍କ କହିଛି ଯେ, ୨୦୧୭ ମସିହାରେ ବିଦେଶରେ ଥିବା ଭାରତୀୟ ମାନେ ନିଜ ଘର ଲୋକଙ୍କୁ କିମ୍ବା ପରିବାରବର୍ଗଙ୍କୁ ୬୯ ଅରବ ଡଲାର ପଠାଇଛନ୍ତି । ଯାହାକି ପୂର୍ବ ବର୍ଷ ତୁଳନାରେ ୯.୯ ପ୍ରତିଶତ ଅଧିକ ରହିଛି । ବିଶ୍ୱ ବ୍ୟାଙ୍କ ରିପୋର୍ଟରେ କୁହାଯାଇଛି ଯେ, ୨୦୧୭ରେ ବିଦେଶରେ ଥିବା ଭାରତୀୟ ମାନେ ଦେଶକୁ ୬୯ ଅରବ ଡଲାର ପଠାଇଛନ୍ତି ।

ଏହି ଅର୍ଥରାଶି ପୂର୍ବ ବର୍ଷ ତୁଳନାରେ ଅଧିକ ଅଟେ । କିନ୍ତୁ ୨୦୧୪ ମସିହାରେ ହସ୍ତଗତ ହୋଇଥିବା ୭୦.୪ ଅରବ ଡଲାର ଟଙ୍କା ପ୍ରେରଣ ଠାରୁ କମ ଅଟେ । ରିପୋର୍ଟରେ କୁହାଯାଇଛି ଯେ, ୟୁରୋପ, ରୁଷ ଏବଂ ଆମେରିକାରେ ଆର୍ଥିକ ବିକାଶ ବୃଦ୍ଧି ହେବା ଦ୍ୱାରା ବିଦେଶରୁ ଭାରତକୁ ଟଙ୍କା ପ୍ରେରଣ କରାଯିବାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ଉଲ୍ଲେଖନୀୟ, କେତେକ ଗରିବ ଦେଶର ଅର୍ଥବ୍ୟବସ୍ଥା ପାଇଁ ଏଭଳି ଟଙ୍କା ପ୍ରେରଣ ଏକ ବଡ ସାହାରା ଅଟେ ।

ବିଶ୍ୱ ବ୍ୟାଙ୍କର କହିବା ଅନୁଯାୟୀ, ଅଷୋଧିତ ତୈଳର ଭଲ ଦର ତଥା ୟୁରୋ ଏବଂ ରୁବଲରେ ଆସିଥିବା ପରିବର୍ତ୍ତନରେ ଏହି ଟଙ୍କା ପ୍ରେରଣ ବଢିଛି । ରିପୋର୍ଟରେ କୁହାଯାଇଛି ଯେ, ସମୀକ୍ଷାଧୀନ ଅବଧିରେ ଯେଉଁଠି ଭାରତକୁ ୬୯ ଅରବ ଡଲାର ଟଙ୍କା ପ୍ରେରଣ ମିଳିଛି ସେଠାରେ ୬୪ ଅରବ ଡଲାର ସହ ଚୀନ ଦ୍ୱିତୀୟ ସ୍ଥାନରେ ରହିଛି । ସେହିଭଳି ଫିଲିପାଇନ୍ସକୁ ୩୩ ଅରବ ଡଲାର, ମେକ୍ସିକୋକୁ ୩୧ ଅରବ ଡଲାର, ନାଇଜେରିଆକୁ ୨୨ ଅରବ ଡଲାର ଏବଂ ଇଜିପ୍ଟକୁ ୨୦ ଅରବ ଡଲାର ଟଙ୍କା ପ୍ରେରଣ ହୋଇଛି ।

ଭାରତକୁ ୨୦୧୫ ମସିହାରେ ୬୮.୯୧ ଅରବ ଡଲାର ଟଙ୍କା ପ୍ରେରଣ କରାଯାଇଥିଲା । ଯାହାକି ୨୦୧୬ ମସିହାରେ ହ୍ରାସ ହୋଇ ୬୨.୭୪ ଅରବ ଡଲାରରେ ପହଞ୍ଚିଥିଲା । ବିଶ୍ୱବ୍ୟାଙ୍କର ଆକଳନ ଅନୁଯାୟୀ, ଅଧିକାରୀକ ରୂପରେ କମ ଏବଂ ମଧ୍ୟମ ଧରଣର ଆୟ ହେଉଥିବା ଦେଶକୁ ୨୦୧୭ ମସିହାରେ ୪୬୬ ଅରବ ଡଲାର ଟଙ୍କା ପ୍ରେରଣ ହୋଇଥିଲା । ଯାହାକି ୨୦୧୬ର ୪୨୯ ଅରବ ଡଲାର ଠାରୁ ୮.୫ ପ୍ରତିଶତ ଅଧିକ ଅଟେ ।

ବିଶ୍ୱସ୍ତରରେ ଟଙ୍କା ପ୍ରେରଣ ୨୦୧୭ ମସିହାରେ ୭ ପ୍ରତିଶତ ବୃଦ୍ଧି ହୋଇ ୬୧୩ ଅରବ ଡଲାରରେ ପହଞ୍ଚିଥିଲା । ଯାହାକି ୨୦୧୬ ମସିହାରେ ୫୭୩ ଅରବ ଡଲାର ରହିଥିଲା । ରିପୋର୍ଟରେ କୁହାଯାଇଛି ଯେ, ଅଳ୍ପ ଏବଂ ମଧ୍ୟମ ଧରଣର ରୋଜଗାର କରୁଥିବା ଦେଶଗୁଡିକୁ ଟଙ୍କା ପ୍ରେରଣ ୨୦୧୮ ମସିହାରେ ୪.୧ ପ୍ରତିଶତ ବୃଦ୍ଧି ହୋଇ ୪୮୫ ଅରବ ଡଲାରରେ ପହଞ୍ଚିବାର ଅନୁମାନ କରାଯାଉଛି । ତେବେ ବିଶ୍ୱସ୍ତରରେ ଏହା ୪.୬ ପ୍ରତିଶତ ବୃଦ୍ଧି ହୋଇ ୬୪୨ ଅରବ ଡଲାରରେ ପହଞ୍ଚିବ ।