କନକ ବ୍ୟୁରୋ : ଟିକାକରଣରେ ନୂଆ ରେକର୍ଡ କଲା ଭାରତ । ଯାହା ପୂରା ବିଶ୍ୱ କରିପାରିନାହିଁ ତାହା ଭାରତ କରି ଦେଖାଇଛି । ଭାରତ ଏବେ ୭୫ କୋଟି ଟିକାଦାନ ଡୋଜ ଅତିକ୍ରମ କରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି । ଆଉ ସବୁଠୁ ବଡ କଥା ହେଉଛି କେବଳ ୧୩ ଦିନରେ ୧୦ କୋଟି ଟିକାଦାନ କରାଯାଇଛି । ଆଉ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ଧନ୍ୟବାଦ ଭାରତ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସବକା ସାଥ୍ ସବକା ପ୍ରୟାସ ମନ୍ତ୍ର ଦ୍ୱାରା ଦେଶରେ ଟିକାକରଣ ଅଭିଯାନ ନିରନ୍ତର ଜାରି ରହିଛି । ସ୍ୱାଧୀନତାର ୭୫ ବର୍ଷରେ ଦେଶରେ ୭୫ କୋଟି ଟିକାକରଣ ପାର କରିଛି ।
ଭାରତରେ ୭୫ କୋଟି ଟିକାକରଣ ହୋଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମଧ୍ୟ ପ୍ରଂଶସା କରାଯାଇଛି । ଭାରତରେ ଟିକାକରଣ ଅଭିଯାନକୁ ନେଇ ଡବ୍ଲୁଏଚଓ ଶୁଭେଚ୍ଛା ଜଣାଇଛି । ପ୍ରଥମ ଦଶ କୋଟି ଟିକା ଦେବାକୁ ଭାରତକୁ ୮୫ ଦିନ ଲାଗିଥିଲା । କିନ୍ତୁ ଟିକାକରଣ ଅଭିଯାନକୁ ଜୋରଦାର କରିବା ଟିକା ଉତ୍ପାଦନକୁ ମଧ୍ୟ ବଢାଗଲା । ଯାହାଦ୍ୱାରା ୬୫ରୁ ୭୫ କୋଟି ଟିକା ଡୋଜରେ ପହଞ୍ଚିବାକୁ ଭାରତକୁ ମାତ୍ର ୧୩ ଦିନ ଲାଗିଛି । ତେବେ ବର୍ତମାନ ଭାରତରେ ତୃତୀୟ ଲହରକୁ ନେଇ ଆଶଙ୍କା ଲାଗିରହିଥିବା ବେଳେ ଭ୍ୟାକସିନ ଡ୍ରାଇଭକୁ ଦ୍୍ରୁତ ବେଗରେ ଜାରି ରଖିବା ପାଇଁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥିଲେ । ଅନ୍ୟପକ୍ଷରେ ବିରୋଧୀଙ୍କ ପକ୍ଷରୁ ମଧ୍ୟ ଟିକାଦାନରେ ଅନିୟମତାକୁ ଦର୍ଶାଇ ଅନେକ ସମୟରେ ବିରୋଧୀଙ୍କ ଦ୍ୱାରା ସରକାର ସମାଲୋଚିତ ହେଇଛନ୍ତି ।
Congratulations India! 🇮🇳
PM @NarendraModi के सबका साथ, सबका प्रयास के मंत्र के साथ विश्व का सबसे बड़ा टीकाकरण अभियान निरंतर नए आयाम गढ़ रहा है। #AazadiKaAmritMahotsav यानि आज़ादी के 75वें वर्ष में देश ने 75 करोड़ टीकाकरण के आँकड़े को पार कर लिया है।#SabkoVaccineMuftVaccinepic.twitter.com/BEDmQZQsY7
— Mansukh Mandaviya (@mansukhmandviya) September 13, 2021
ଅନ୍ୟପକ୍ଷରେ ସ୍ୱଦେଶୀ ଟିକା ତଥା ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକସିନକୁ ହୁ ତରଫରୁ ମଞ୍ଜୁରି ମିଳିବାର ସମ୍ଭାବନା ରହିଛି ବୋଲି ଏଏନଆଇ ତରଫରୁ ରିପୋର୍ଟ କରାଯାଇଛି । ତେବେ ଦେଶରେ ଜାନୁଆରୀରୁ ଟିକାଦାନ ଆରମ୍ଭ ହୋଇଥିଲେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ କୋଭାକ୍ସିନକୁ ମଞ୍ଜୁରି ଦିଆଯାଇନଥିଲା । ଯେଉଥିପାଇଁ ଅନେକ ସମୟରେ କୋଭାକ୍ସିନ ଟିକା ନେବାକୁ ଅନେକ ଆଗ୍ରହ ପ୍ରକାଶ କରୁନଥିଲେ ।ଟିକାକରଣ ଯୋଗୁଁ ଦେଶରେ କରୋନା ସଂକ୍ରମଣ ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି । ଗତ ୭୮ ଦିନ ହେବ ଦେଶରେ କରୋନା ସଂକ୍ରମଣର ସଂଖ୍ୟା ୫୦ ହଜାରରୁ କମ ରହିଛି ।