ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ବିରାଟ କୋହଲି । ଲମ୍ବା ଲାଇନରେ ଛିଡା ହୋଇ ଭୋଟ ଦେଲେ ବିରାଟ, ସମସ୍ତଙ୍କୁ ମତାଧିକାର ସାବ୍ୟସ୍ତ କରିବାକୁ କଲେ ଅପିଲ

181

କନକ ବ୍ୟୁରୋ : ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ନେତା ବାଛିବା ପାଇଁ ଭୋଟରଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଲମ୍ବା ଲାଇନରେ ରହି ଲୋକମାନେ ଭୋଟ ଦେଉଛନ୍ତି । ଆଉ ଏସବୁ ଭିତରେ ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ କରିଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି । ସକାଳୁ ସକାଳୁ ଭୋଟିଂ ଆରମ୍ଭ ହେବା ସହ ହରିୟାଣାର ଗୁଡଗାଓଁର ଏକ ବୁଥରେ ପହଞ୍ଚିଥିଲେ ବିରାଟ ।

ନିଜ ଭାଇଙ୍କ ସହ ଲମ୍ବା ଲାଇନରେ ଛିଡା ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ବିରାଟ । ଆଉ ଏହାସହ ଅନ୍ୟମାନଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ ବିରାଟ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ବିରାଟ କୋହଲି ବୁଥରେ ପହଞ୍ଚି ସାରିଥିଲେ । ଏହାପୂର୍ବରୁ ସୋସିଆଲ ମିଡିଆରେ ନିଜର ଭୋଟର ଆଇଡି କାର୍ଡ ଫଟୋ ସେୟାର କରି ସମସ୍ତଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ ।