ଦେଶରେ ଉପରମୁହାଁ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ୫୪୩ ମୃତ ଓ ୩୮ ହଜାର ୯ ଶହ ୨ ନୂଆ ଆକ୍ରାନ୍ତ , ଦେଶରେ ମୋଟ ମୃତ୍ୟୁସଂଖ୍ୟା ୨୬ ହଜାର ୮୧୬

229

ଦେଶରେ ଉପର ମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ସାରା ଦେଶରେ ଚିହ୍ନଟ ହୋଇଛନ୍ତି ୩୮ ହଜାର ୯୦୨ ନୂଆ ମାମଲା । କରୋନା ସଂକ୍ରମଣରେ ଯାଇଛି ଆଉ ୫୪୩ ଜୀବନ । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ପାର୍ କରିଛି । ୩୮ ହଜାର ୯୦୨ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୬୧୮ରେ ପହଁଚିଛି । ସେହିପରି ୫୪୩ ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୬ ହଜାର ୮୧୬ କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ଏବେ ଆକ୍ଟିଭ୍ ମାମଲା ସଂଖ୍ୟା ୩ ଲକ୍ଷ ୭୩ ହଜାର ୩୭୯ ଏବଂ ସୁସ୍ଥ ସଂଖ୍ୟା ୬ ଲକ୍ଷ ୭୭ ହଜାର ୪୨୩ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଜାରି କରିଛି ।