ଦେଶରେ ୧ଲକ୍ଷ ଟପିଲା କରୋନା ମୃତ୍ୟ ସଂଖ୍ୟା । ଗତ ୨୪ଘଂଟାରେ ୧ହଜାର ୬୯ ମୃତ, ସଂକ୍ରମିତଙ୍କ ସଂଖ୍ୟା ୬୪ଲକ୍ଷ ୭୩ହଜାର ପାର

ଉପରମୁହାଁ ହେଉଛି କରୋନା ଗ୍ରାଫ୍

151

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ଉପରମୁହାଁ ହେଉଛି କରୋନା ଗ୍ରାଫ୍ । ସଂକ୍ରମଣ ଯେଉଁମାତ୍ରାରେ ବଢୁଛି, ସେହି ମାତ୍ରାରେ ମୃତ୍ୟୁହାର ମଧ୍ୟ ବଢିବାରେ ଲାଗିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି ।
ଦେଶରେ ୧ଲକ୍ଷ ଟପିଲା କରୋନା ମୃତ୍ୟ ସଂଖ୍ୟା । ଗତ ୨୪ଘଂଟାରେ ୧ହଜାର ୬୯ ସଂକ୍ରମିତଙ୍କ ମୃତ୍ୟୁ ହେବା ସହ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୮ଶହ ୪୨ପହଂଚିଛି । ଏହାସହ ଗତ ୨୪ଘଂଟାରେ ୭୯ ହଜାର ୪ଶହ ୭୬ ନୂଆ ମାମଲା ଚିହ୍ନଟ ହେବା ସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୪ଲକ୍ଷ ୭୩ହଜାର ୫ଶହ ୪୫କୁ ବୃଦ୍ଧି ପାଇଛି । ତେବେ ୫୪ ଲକ୍ଷ ୨୭ହଜାର ୭ଶହ ୭ଜଣ ସୁସ୍ଥ ହୋଇଥିବା ବେଳେ ଏବେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୪୪ହଜାର ୯ଶହ ୯୬ରହିଛି ।
ସେପଟେ କରୋନା ମୁକାବିଲା ନେଇ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଆସନ୍ତା ବର୍ଷ ପ୍ରଥମ ମାସ ସୁଦ୍ଧା କରୋନା ଟିକା ଆସିପାରେ ବୋଲି ଏମ୍ସ ନିର୍ଦ୍ଦେଶକ ମତ ରଖିଛନ୍ତି