କନକ ବ୍ୟୁରୋ : ଦେଶରେ ୮୧ ଦିନ ପରେ ଦୈନିକ କରୋନା ସଂକ୍ରମଣ ୬୦ ହଜାର ତଳକୁ ଖସିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୮,୪୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଗତ ୨୪ ଘଂଟାରେ କରୋନା ସଂକ୍ରମଣରେ ୧,୫୭୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ମାର୍ଚ୍ଚ ୩୦ ତାରିଖରେ ୬୦ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାସହ ଗତ ୨୪ ଘଂଟାରେ କରୋନା ସଂକ୍ରମଣରୁ ୮୭,୬୧୯ ଜଣ ସୁସ୍ଥ ହୋଇଛନ୍ତି ।
India reports 58,419 new #COVID19 cases (less than 60,000 after 81 days), 87,619 discharges & 1576 deaths in last 24 hrs as per Health Ministry
Total cases: 2,98,81,965
Total discharges: 2,87,66,009
Death toll: 3,86,713
Active cases: 7,29,243Vaccination: 27,66,93,572 pic.twitter.com/MGYvftewvj
— ANI (@ANI) June 20, 2021
ଅନ୍ୟପଟେ ୩୮ ଦିନ ହେବ ଦେଶରେ ଦୈନିକ ସଂକ୍ରମଣ ଠାରୁ ଦୈନିକ ସୁସ୍ଥକହାର ଅଧିକ ରହୁଛି । ଜୁନ ୧୯ ତାରିଖ ସୁଦ୍ଧା ଦେଶରେ ୨୭,୬୬,୯୩,୫୭୨ ଲୋକଙ୍କୁ ଟିକା ଦିଆଯାଇଛି । ଅନ୍ୟପଟେ ଶନିବାର ଦିନ ଦେଶରେ ୩୮ ଲକ୍ଷ ୧୦ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଅନ୍ୟପଟେ ୩୯ କୋଟିରୁ ଅଧିକ ଲୋକଙ୍କ କୋଭିଡ ଟେଷ୍ଟ କରାଯାଇଛି । ଗତକାଲି ପାଖା ପାଖି ୧୯ ଲକ୍ଷରୁ ଅଧିକ ଲୋକଙ୍କ କୋଭିଡ ଟେଷ୍ଟ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।
ସେପଟେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୮,୮୧,୯୬୫ ରେ ପହଂଚିଥିବା ବେଳେ ମୋଟ ୨,୮୭,୬୬,୦୦୯ ଲୋକ ସୁସ୍ଥ ହୋଇଛନ୍ତି । ଏହାସହ ଦେଶରେ କରୋନା ସଂକ୍ରମଣରେ ମୋଟ ମୃତକଙ୍କ ସଂଖ୍ୟା ୩,୮୬,୭୧୩ କୁ ବୃଦ୍ଧି ପାଇଛି ଓ ଏବେ ବି ୭,୨୯,୨୪୩ ଲୋକ ଚିକିତ୍ସିତ ହେଉଛନ୍ତି ।