ଦେଶରେ ୨୪ ଘଂଟାରେ ୯୪୪ କରୋନା ରୋଗୀ ମୃତ୍ୟୁ: ମୋଟ ମୃତ୍ୟୁ ସଂଖ୍ୟା ୪୯ ହଜାର ୯୮୦କୁ ବୃଦ୍ଧି; ଦିନକରେ ୬୩ ହଜାର ୪୮୯ ନୂଆ ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା

151

କନକ ବ୍ୟୁରୋ: ଉପର ମୁହାଁ କରୋନା ମିଟର । ଦେଶରେ ୨୪ ଘଂଟାରେ ଆଉ ୯୪୪ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୪୯ ହଜାର ୯୮୦କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଦିନକରେ ୬୩ ହଜାର ୪୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଲକ୍ଷ ୮୯ ହଜାର ୬୮୨କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ଲକ୍ଷ ୬୨ ହଜାର ୨୫୮ ସୁସ୍ଥ ହୋଇଥିବାବେଳେ ୬ ଲକ୍ଷ ୭୭ ହଜାର ୪୪୪ ଜଣ ସକ୍ରିୟ ଅଛନ୍ତି । ଦେଶରେ ଗତ ୨୪ ଘଂଟାରେ ୭ଲକ୍ଷ ୪୬ହଜାର ୬୦୮ ଜଣ କରୋନା ଟେଷ୍ଟ ହୋଇଛି । ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୨ କୋଟି ୧୩ ଲକ୍ଷ ୭୭ ହଜାର ୩୬୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।

ଦେଶରେ ୨୪ ଘଂଟାରେ ୨୫,୨୬,୧୯୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଥିଲା । ଆକ୍ରାନ୍ତଙ୍କ ମଧ୍ୟରୁ ୧୮୦୮୯୩୬ଜଣ ସୁସ୍ଥ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଥିଲେ। ବାକି ୪୯୦୩୬ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୫,୦୦୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୮୨୨୦ ରହିଥିଲା। ତେବେ ଗତକାଲି ଆକ୍ରାନ୍ତଙ୍କ ଓ ମୃତ୍ୟୁ ସଂଖ୍ୟା ଅପେକ୍ଷା ଆଜିର ସଂଖ୍ୟା ଟିକେ କମ ରହିଛି। ଗତକାଲି ୨୪ଘଣ୍ଟାରେ ୯୯୬ଜଣ ମୃତ୍ୟୁବରଣ କରିଥିବା ବେଳେ ଆଜି ୯୪୪ଜଣ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।