ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ନିକଟତର: ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୬୪୦; ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ, ଦିଲ୍ଲୀକୁ ଟପିଲା ଗୁଜରାଟ

426

କନକ ବ୍ୟୁରୋ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦ ହଜାରର ନିକଟତର ହୋଇଛି । ଶେଷ ତଥ୍ୟ ଅନୁସାରେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧୯ ହଜାର ୯୮୪ରେ ପହଁଚିଛି । କରୋନା ମୃତ୍ୟୁ ସଂଖ୍ୟା ଛୁଇଁଛି ୬୪୦ । ବର୍ତ୍ତମାନ ସୁଦ୍ଧା ଦେଶରେ ୧୫ ହଜାର ୪୭୪ ଆକ୍ଟିଭ୍ କେସ୍ ରହିଛି । ସୁସ୍ଥ ହୋଇଛନ୍ତି ୩ ହଜାର ୮୬୯ ଜଣ । ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଶୀର୍ଷରେ ରହିଛି ମହାରଷ୍ଟ୍ର । ଏଠାରେ ୫ ହଜାର ଛୁଇଁଲା ଆକ୍ରାନ୍ତ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୨୫୦ ଟପିଛି ।

• ମହାରାଷ୍ଟ୍ର ଆକ୍ରାନ୍ତ ୫୨୧୮ ମୃତ୍ୟୁ ୨୫୧

• ଗୁଜରାଟ ଆକ୍ରାନ୍ତ ୨୧୭୮ ମୃତ୍ୟୁ ୯୦

• ଦିଲ୍ଲୀ ଆକ୍ରାନ୍ତ ୨୧୫୬ ମୃତ୍ୟୁ ୪୭

• ରାଜସ୍ଥାନ ଆକ୍ରାନ୍ତ ୧୬୫୯ ମୃତ୍ୟୁ ୨୫

• ତାମିଲନାଡୁ ଆକ୍ରାନ୍ତ ୧୫୯୬ ମୃତ୍ୟୁ ୧୮

• ମଧ୍ୟପ୍ରଦେଶ ଆକ୍ରାନ୍ତ ୧୫୫୨ ମୃତ୍ୟୁ ୭୬

• ଉତରପ୍ରଦେଶ ଆକ୍ରାନ୍ତ ୧୨୯୪ ମୃତ୍ୟୁ ୨୦

• ତେଲେଙ୍ଗାନା ଆକ୍ରାନ୍ତ ୯୨୮ ମୃତ୍ୟୁ ୨୩

• ଆନ୍ଧ୍ରପ୍ରଦେଶ ଆକ୍ରାନ୍ତ ୭୫୭ ମୃତ୍ୟୁ ୨୨

• ପଶ୍ଚିମବଙ୍ଗ ଆକ୍ରାନ୍ତ ୪୨୩ ମୃତ୍ୟୁ ୧୫