ଦେଶରେ ୩୯ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା: ୨୪ ଘଂଟାରେ କରୋନା ନେଲା ଆଉ ୮୫୭ ଜଣଙ୍କ ଜୀବନ; ମୋଟ ମୃତ୍ୟୁ ସଂଖ୍ୟା ୩୯ ହଜାର ୭୯୫କୁ ବୃଦ୍ଧି

245

କନକ ବ୍ୟୁରୋ: ଦେଶରେ ୨୪ ଘଂଟାରେ  ଯାଇଛି ଆଉ ୮୫୭ ଜଣଙ୍କ ଜୀବନ  । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୩୯ ହଜାର ୭୯୫କୁ ବୃଦ୍ଧି ପାଇଛି ।  ଏବେ ଦେଶରେ ୫ଲକ୍ଷ ୮୬ ହଜାର ୨୪୪ ଜଣ ସକ୍ରିୟ ଥିବା ବେଳେ ୧୨ ଲକ୍ଷ ୮୨ ହଜାର ୨୧୫ଜଣଙ୍କୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୬ ହଜାର ୧୪୪ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ପକ୍ଷରୁ ସୂଚନା ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୧୨ ଜଣ, ଆନ୍ଧ୍ରପ୍ରଦେଶରେ ୧୬୦୪ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୧୧୫ ଜଣ, ବିହାରରେ ୩୪୭ ଜଣ, ଚଣ୍ଡିଗଡ଼ରେ ୨୦ ଜଣ, ଛତିଶଗଡ଼ରେ ୬୯ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୦୩୩ ଜଣ, ଗୋଆରେ ୬୦ ଜଣ, ଗୁଜରାଟରେ ୨୫୩୩ ଜଣ, ହରିୟାଣାରେ ୪୪୮ ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୪୧୭ ଜଣ, ଝାଡ଼ଖଣ୍ଡରେ ୧୨୮ ଜଣ, କର୍ଣ୍ଣାଟକରେ ୨୭୦୪ ଜଣ, କେରଳରେ ୮୭ ଜଣ, ଲଦାଖରେ ୭ ଜଣ, ମଧ୍ୟପ୍ରଦେଶରେ ୯୧୨ ଜଣ, ମହାରାଷ୍ଟ୍ରରେ ୧୬୧୪୨ ଜଣ, ମଣିପୁରରେ ୭ ଜଣ, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍‌ରେ ୫ ଜଣ, ଓଡ଼ିଶାରେ ୨୧୬ ଜଣ, ପୁଦ୍ଦୁଚେରୀରେ ୫୮ ଜଣ, ପଞ୍ଜାବରେ ୪୬୨ ଜଣ, ରାଜସ୍ଥାନରେ ୭୩୨ ଜଣ, ସିକିମରେ ୧ ଜଣ, ତାମିଲନାଡୁରେ ୪୩୪୯ ଜଣ, ତେଲେଙ୍ଗାନାରେ ୫୭୬ ଜଣ, ତ୍ରିପୁରାରେ ୩୦ ଜଣ, ଉତ୍ତରାଖଣ୍ଡରେ ୯୫ ଜଣ, ଉତ୍ତରପ୍ରଦେଶରେ ୧୮୧୭ ଜଣ ଏବଂ ପଶ୍ଚମବଙ୍ଗରେ ୧୭୮୫ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୬୩୯), ଆନ୍ଧ୍ରପ୍ରଦେଶ (୭୯୧୦୪), ଅରୁଣାଚଳ ପ୍ରଦେଶ (୬୮୨), ଆସାମ (୧୩୬୨୫), ବିହାର (୨୧୦୯୩), ଚଣ୍ଡିଗଡ଼ (୪୭୧), ଛତିଶଗଡ଼ (୨୫୨୦), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୪୦୪), ଦିଲ୍ଲୀ (୯୮୯୭), ଗୋଆ (୧୯୦୧), ଗୁଜରାଟ (୧୪୬୯୦), ହରିୟାଣା (୬୧୨୨), ହିମାଚଳ ପ୍ରଦେଶ (୧୧୫୫), ଜମ୍ମୁ ଓ କଶ୍ମୀର (୭୧୨୩), ଝାଡ଼ଖଣ୍ଡ (୮୬୪୮) କର୍ଣ୍ଣାଟକ (୭୩୮୫୪), କେରଳ (୧୧୫୭୦), ଲଦାଖ (୪୦୦), ମଧ୍ୟପ୍ରଦେଶ (୮୭୫୬), ମହାରାଷ୍ଟ୍ର (୧୪୨୪୫୮), ମଣିପୁର (୧୧୯୭), ମେଘାଳୟ (୫୮୨), ମିଜୋରାମ (୨୨୨), ନାଗାଲାଣ୍ଡ (୧୭୪୧),  ଓଡ଼ିଶା (୧୨୯୮୨), ପୁଦ୍ଦୁଚେରୀ (୧୫୫୨), ପଞ୍ଜାବ (୬୦୬୨), ରାଜସ୍ଥାନ (୧୩୧୧୫), ସିକିମ୍ (୪୮୩), ତାମିଲନାଡୁ (୫୫୧୫୨), ତେଲେଙ୍ଗାନା (୧୯୫୬୮), ତ୍ରିପୁରା (୧୮୭୩), ଉତ୍ତରାଖଣ୍ଡ (୩୦୬୬), ଉତ୍ତରପ୍ରଦେଶ (୪୧୨୨୨) ଓ ପଶ୍ଚିମବଙ୍ଗ (୨୨୩୧୫) ।