ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୦ ଲକ୍ଷ ନିକଟତର । ଗତ ୨୪ ଘଂଟାରେ ୮୮ ହଜାର ୬ ଶହ ପଜିଟିଭ, ୧୧୨୪ ମୃତ । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯,୯୨,୫୩୨କୁ ବୃଦ୍ଧି

Advertisment
ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୦ ଲକ୍ଷ ନିକଟତର । ଗତ ୨୪ ଘଂଟାରେ ୮୮ ହଜାର ୬ ଶହ ପଜିଟିଭ, ୧୧୨୪ ମୃତ । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୫୯,୯୨,୫୩୨କୁ ବୃଦ୍ଧି

କନକ ବ୍ୟୁରୋ: ଦେଶରେ ଥମୁନି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ଆଉ ୮୮ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସାରା ଦେଶରୁ । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୬୦ ଲକ୍ଷର ନିକଟତର ହୋଇଯାଇଛି । ଗତ ୨୪ ଘଂଟାରେ ସାରା ଦେଶରେ ୮୮ ହଜାର ୬ ଶହ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୫୯ ଲକ୍ଷ ୯୨ ହଜାର ୫୩୩କୁ ବୃଦ୍ଧି ହୋଇଯାଇଛି । ସେହିପରି ଗତ ୨୪ ଘଂଟାରେ ସାରା ଦେଶରେ ୧ ହଜାର ୧୨୪ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୯୪ ହଜାର ୫୦୩କୁ ବୃଦ୍ଧିହୋଇଛି । ବର୍ତମାନ ଦେଶରେ ଆକ୍ଟିଭ୍ ମାମଲା ସଂଖ୍ୟା ୯ ଲକ୍ଷ ୫୬ ହଜାର ୪୦୨ ରହିଛି । ସେହିପରି ସୁସ୍ଥ ସଂଖ୍ୟା ୪୯ ଲକ୍ଷ ୪୧ ହଜାର ୬୨୮କୁ ବୃଦ୍ଧି ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ତଥ୍ୟ ରେକର୍ଡ ଅନୁସାରେ, ନୂତନ ସଂକ୍ରମଣ ଅପେକ୍ଷା ଭାରତରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। ଆଠ ଦିନ ମଧ୍ୟରୁ ସାତ ଦିନରେ ନୂତନ ସଂକ୍ରମଣ ଅପେକ୍ଷା ଆରୋଗ୍ୟ ହାର ଅଧିକ ହୋଇଥିବା ଜଣାପଡ଼ିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥତା ସଂଖ୍ୟା ୯୪, ୦୦୦ ଟପିଥିବା ବେଳେ ସମଗ୍ର ଭାରତରେ ସକ୍ରିୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୯.୫ ଲକ୍ଷକୁ ଖସି ଆସିଛି। କୋଭିଡ୍-୧୯ ପଜିଟିଭ୍ ବୋଲି ଜଣାପଡ଼ିଥିବା ୫୯.୯୨ ଲକ୍ଷ୍ ରୋଗୀଙ୍କ ମଧ୍ୟରୁ ୪୯.୪୧ ଲକ୍ଷ ରୋଗୀ ଏବେ ସୁସ୍ଥ ହୋଇସାରିଛନ୍ତି। ଏହାଛଡ଼ା ସେପ୍ଟେମ୍ବର ୧୯ ତାରିଖ ଠାରୁ ଭାରତରେ କୋଭିଡ୍-୧୯ଜନିତ ଦୈନିକ ମୃତ୍ୟୁସଂଖ୍ୟା ଖୁବ୍ କମ୍ ରହୁଛି। ଦେଶରେ ମୃତ୍ୟୁ ହାର୧.୫୮ପ୍ରତିଶତ ରହିଥିବା ବେଳେ ଅରୋଗ୍ୟ ହାର ୮୨.୧୪ପ୍ରତିଶତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe