୨୪ଘଣ୍ଟାରେ ସର୍ବାଧିକ ୬୪,୩୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ୮୬୧ଆକ୍ରାନ୍ତ ମୃତ

ପୁଣି ବଢିଲା ସଂକ୍ରମଣ । ଗତ ୨୪ ଘଂଟାରେ ଦେଶରେ ୪୮ହଜାର ୪୧୫ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ହଜାରେ ଉପରେ । ଡାକ୍ତରଙ୍କ ମତ ଗାଇଡଲାଇନ୍ ମାନିଲେ, ରୋକିହେବ ତୃତୀୟ ଲହର ।

କନକ ବ୍ୟୁରୋ :ଅଗଷ୍ଟ ୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୧,୫୩,୦୧୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆଜି ସବୁ ଦିନର ରେକର୍ଡ ଭାଙ୍ଗିଛି କରୋନା। ଏହି ଭୂତାଣୁ ଦ୍ୱାରା କବଳିତ ହୋଇ ୨୪ଘଣ୍ଟାରେ ସର୍ବାଧିକ ୬୪,୩୯୯ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଗତ କିଛି ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା କମ ହୋଇଥିବା ବେଳେ ଆଜି ୨୪ଘଣ୍ଟା‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪,୦୦୦ ପାର କରିଛି।

ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮୦୮୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୪୩୩୭୯ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଜଣାପଡ଼ିଥିବା ୬୪,୪୦୦ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୮୭୪୭ ରହିଛି। ୨୪ ଘଣ୍ଟାରେ ୮୬୧ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧ ହଜାର ୫୩୭ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୯୩୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୨୦ ଲକ୍ଷ ୮୮ ହଜାର ୬୧୨କୁ ବୃଦ୍ଧି ପାଇଥିଲା।

ଏହା ସହ ମୋଟ୍‌ ଆରୋଗ୍ୟ ହାର ୬୮.୩୨ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଦେଶରେ ୬ ଲକ୍ଷ ୧୯ ହଜାର ୦୦୮ ସକ୍ରିୟ ମାମଲା ରହିଥିବା ବେ‌ଳେ ମୃତ୍ୟୁହାର ମଧ୍ୟ ୨.୦୪ ପ୍ରତିଶତକୁ କମିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe