ଦେଶରେ ୨୪ ଘଂଟାରେ ୩୪ ହଜାର ଉପରେ ସଂକ୍ରମଣ, ୩୭୫ ଜଣଙ୍କ ମୃତ୍ୟୁ

43

କନକ ବ୍ୟୁରୋ : ଦେଶରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ ମାମଲା । ଶନିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସୂଚନା ମୁତାବକ ଗତ ୨ ଘଂଟା ମଧ୍ୟରେ ଦେଶରେ ୩୪,୪୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣରେ ଶିକାର ହୋଇ ୩୭୫ ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩,୨୩,୯୩,୨୮୬ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୩,୧୫,୯୭,୯୮୨  ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ ମାମଲା ୩,୬୧,୩୪୦  ରହିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟାରେ ୩୬,୩୬,୦୪୩ ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ଏପର୍ୟ୍ୟନ୍ତ ମୋଟ ୫୭,୬୧,୧୭,୩୫୦ ଜଣଙ୍କୁ ଟିକା ଦିଆଯାଇସାରିଛି।

 

କହିରଖୁ କି ୧୧ ଦିନ ପରେ ଦେଶରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । କରୋନା କାରଣରୁ ଦେଶରେ ମୋଟ ୪,୩୩,୯୪୬  ଲୋକ ପ୍ରାଣ ହରାଇଛନ୍ତି ।