କନକ ବ୍ୟୁରୋ : ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥ ହାର । ୨୪ ଘଂଟାରେ ୧ଲକ୍ଷ ୧୪ ହଜାର ୪୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୨ ହଜାର ୬୭୭ଜଣଙ୍କ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୮ ଲକ୍ଷ ୯ ହଜାର ୩୩୯ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୨ କୋଟି ୬୯ ଲକ୍ଷ ୮୪ ହଜାର ୭୮୧ଜଣ । ସେହିପରି ଦେଶରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୬ ହଜାର ୭୫୯ ରହିଛି । ଏବେବି କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ୧୪ ଲକ୍ଷ ୭୭ ହଜାର ୭୯୯ ।

Advertisment

ସେପଟେ, ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ । ଗତ ୨୪ ଘଂଟାରେ ୭ହଜାର ୨ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩ ହଜାର ୯୨୧ ଜଣ ଥିବା ବେଳେ ସ୍ଥାନୀୟ ଅଂଚଳରୁ ୩ ହଜାର ୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୪୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ୧୧ଶହ ୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୭୭୧, ଯାଜପୁର ୪୮୬,ଅନୁଗୁଳରୁ ୩୮୮, ମୟୂରଭଂଜରୁ ୩୭୦,ବାଲେଶ୍ୱର ୩୩୧, ପୁରୀରୁ ୩୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣକୁ ମିଶାଇ ରାଜ୍ୟରେ ମୋଟ ୮ଲକ୍ଷ ୧୩ ହଜାର ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୭ ଲକ୍ଷ ୩୨ ହଜାର ୧୮ ଜଣ ସୁସ୍ଥ ହୋଇଛନ୍ତି । ଏବେବି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୭୮ ହଜାର ୩୧ଜଣ । ଜୁନ ମାସର ପ୍ରଥମ ୬ ଦିନରେ ୪୮ ହଜାର ୯୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୦ଜଣଙ୍କ ମୁଣ୍ଡ ନେଇଛି କରୋନା ।