ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା । ମାତ୍ର ୨୪ ଘଂଟାରେ ୯୨ ହଜାର ୭୧ ନୂଆ ସଂକ୍ରମିତ ଥିବା ଆସିଲା ରିପୋର୍ଟ

186

କନକ ବ୍ୟୁରୋ : ଗତ ୨୪ଘଂଟାରେ ସାରା ବିଶ୍ୱରେ ମୋଟ ୩ଲକ୍ଷ ୭ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଗତ ୨୪ଘଂଟାରେ ଭାରତରେ ୯୨ହଜାର ୭୧ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ଭୂତାଣୁ ସଂକ୍ରମିତ ହୋଇ ସାରା ବିଶ୍ୱରେ ୫ହଜାର ୫୩୭ଜଣ ପ୍ରାଣ ହରାଇଛନ୍ତି । ଏହାପୂର୍ବରୁ ସେପେଟମ୍ବର ୬ତାରିଖରେ ସାରା ବିଶ୍ୱରେ ସର୍ବାଧିକ ୩ଲକ୍ଷ ୬ହଜାର ୮୫୭ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏଥିରେ ସବୁଠୁ ଅଧିକ ଭାରତ, ଆମେରିକା ଓ ବ୍ରାଜିଲରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାରି ଭିତରେ ସାରା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮ଲକ୍ଷ ଟପିଛି । ଗତ ୨୪ଘଂଟାରେ ୯୨ହଜାର ୭୧ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮ଲକ୍ଷ ୪୬ ହଜାର ୪୨୮କୁ ବୃଦ୍ଧି ପାଇଛି । ଏହାସହ ଗତ ୨୪ଘଂଟାରେ କରୋନା ଭୂତାଣୁ ସଂକ୍ରମଣରେ ୧ହଜାର ୧୩୬ଜଣଜଣଙ୍କର ମୃତ୍ୟୁ ହେବା ସହ ମୋଟ ମୃତକଙ୍କ ସଂଖ୍ୟା ୭୯ହଜାର ୭୨୨କୁ ବୃଦ୍ଧି ପାଇଛି । ତେବେ ବର୍ତମାନ ଦେଶରେ ୯ଲକ୍ଷ ୮୬ହଜାର ୫୯୮ଟି ସକ୍ରୀୟ ମାମଲା ଥିବା ବେଳେ ୩୭ଲକ୍ଷ ୮୦ହଜାର ୧୦୮ଜଣ ସୁସ୍ଥ ହୋଇ ଫେରିଛନ୍ତି ।