ପାକିସ୍ତାନରେ ପୁଣି ଥରେ ସାମ୍ନାକୁ ଆସିଲା ହିନ୍ଦୁଙ୍କ ଉପରେ ଅତ୍ୟାଚାର । ନାନକାନା ଗୁରୁଦ୍ୱାର ଉପରେ ପଥର ମାଡ ସହ ଭାଙ୍ଗାରୁଜା । ସୁରକ୍ଷା ପାଇଁ ପ୍ରଶାସନକୁ ଅନୁରୋଧ

ଗୁରୁଦ୍ୱାରରେ ଫସି ରହିଛନ୍ତି ଶିଖ୍ ଶ୍ରଦ୍ଧାଳୁ

480

କନକ ବ୍ୟୁରୋ: ପାକିସ୍ତାନରେ ପୁଣି ଥରେ ସାମ୍ନାକୁ ଆସିଛି ହିନ୍ଦୁଙ୍କ ଉପରେ ଅତ୍ୟାଚାର । ଏଥର ଏହାର ଶିକାର ହୋଇଛନ୍ତି ପାକିସ୍ତାନର ନାନକାନ ଅଂଚଳରେ ଥିବା ଶିଖ ହିନ୍ଦୁ । ପାକିସ୍ତାନରେ ନାନକାନରେ ଥିବା ଗୁରୁଦ୍ୱାର ଉପରେ ଏକ ସଂଘବଦ୍ଧ ମୁସଲିମ୍ ଗୋଷ୍ଠୀ ଏକାଠି ହୋଇ ଆକ୍ରମଣ କରିଛନ୍ତି । ଗୁରୁଦ୍ୱାର ଉପରକୁ ଆକ୍ରମଣ ସହିତ ପଥରମାଡ କରିଛନ୍ତି । ଫଳରେ ଗୁରୁଦ୍ୱାର ଭିତରେ ଫସି ରହିଛନ୍ତି ଶିଖ୍ ଶ୍ରଦ୍ଧାଳୁ । ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ କଡା ପଦ କ୍ଷେପ ଗ୍ରହଣକରିବାକୁ ଦାବି କରିିଛି ଭାରତୀୟ ବିଦେଶ ମନ୍ତ୍ରାଳୟ ।

ସୂଚନା ଅନୁସାରେ ଜଗଜିଦ୍ କୌର ନାମକ ଜଣେ ଶିଖ୍ ଯୁବକକୁ ବଳପୂର୍ବକ ଧର୍ମାନ୍ତର କରାଯାଇଛି । ଶିଖ ସମ୍ପ୍ରଦାୟ ଜଗଜିତକୁ ଫେରାଇବା ଦାବି କରିବା ପରେ ଏପରି ଆକ୍ରମଣ ହୋଇଛି । ଏପରି ଘଟଣା ପରେ ସ୍ଥାନୀୟ ଶିଖ ସମ୍ପ୍ରଦାୟ ପ୍ରଶାସନ ଠାରୁ ସୁରକ୍ଷା ମାଗିଛନ୍ତି । ଶିଖ ଧର୍ମର ପବିତ୍ର ସ୍ଥଳ ନାନକାନ ଗୁରୁଦ୍ୱାର ଉପରେ ମୁସଲିମଙ୍କ ଏପରି ଆକ୍ରମଣକୁ ଭାରତ କଡା ନିନ୍ଦା କରିଥିବା କହିଛି । ଏପରି ଘଟଣା ଘଟାଇଥିବା ଲୋକଙ୍କ ବିରୋଧରେ କଡା ପଦ କ୍ଷେପ ନେବାକୁ ଦାବି କରିଛି ଭାରତ । ବିଦେଶ ମନ୍ତ୍ରାଳୟ ଏବଂ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ମଧ୍ୟ ଟୁଇଟ୍ କରି ଅସନ୍ତୋଷ ପ୍ରକାଶ କରିବା ସହିତ ପାକିସ୍ତାନରେ ଥିବା ଶିଖ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଯୋଗାଇଦେବାକୁ ପାକିସ୍ତାନ ସରକାରଙ୍କୁ ନିବେଦନ କରିଛନ୍ତି ।