ଜୁନିୟର ହକି ବିଶ୍ୱକପ : କାନାଡ଼ା ବିପକ୍ଷରେ ୧୩-୧ ଗୋଲରେ ଜିତିଲା ଭାରତ

223

କନକ ବ୍ୟୁରୋ : ଜୁନିୟର ହକି ବିଶ୍ୱକପରେ ଆଜି ଦମ୍ ଦେଖାଇଛି ଭାରତ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଦମଦାର ମୁକାବିଲାରେ ଭାରତ କାନାଡାକୁ ୧୩-୧ ଗୋଲରେ ପରାସ୍ତ କରିଛି । ତେବେ ଭାରତ ପକ୍ଷରୁ ଅର୍ଜିତ୍ ସିଂ ହୁଣ୍ଡାଲ୍ ଓ ଉପଅଧିନାୟକ ସଞ୍ଜୟ ହ୍ୟାଟ୍ରିକ୍ ଗୋଲ୍ ଦେଇଥିବା ବେଳେ, ଉତ୍ତମ ସିଂ ୨, ଶାରଦା ନନ୍ଦ ତିୱାରୀ ୨, ଅଭିଷେକ ଲାକ୍ରା ୧, ଅଧିନାୟକ ବିବେକ ସାଗର ୧ ଏବଂ ମନିନ୍ଦର୍ ସିଂ ୧ ଲେଖାଏଁ ଗୋଲ୍ ଦେଇଥିଲେ । ତେବେ ଓଡ଼ିଆ ଖେଳାଳୀ ଅଭିଷେକ ଲାକ୍ରା ଦଳ ପକ୍ଷରୁ ୧୨ ନମ୍ବର ଗୋଲ୍ ଦେଇଛନ୍ତି । ଅନ୍ୟପଟେ କାନାଡା ତରଫରୁ ସେମିତି କିଛି ଖାସ୍ ପ୍ରଦର୍ଶନ ଦେଖିବାକୁ ମିଳି ନଥିଲା । କାନାଡା ପେନାଲ୍ଟି କର୍ନରରେ କେବଳ ଗୋଟିଏ ଗୋଲ୍ ସ୍କୋର କରି ପାରିଥିଲା ।