କନକ ବ୍ୟୁରୋ: ବିରୋଧୀ ଦଳଙ୍କ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ଅଗଷ୍ଟ ୩୧ ତାରିଖରେ ଅନୁଷ୍ଠିତ ହେବ । ସୂଚନା ଅନୁସାରେ ଶୁକ୍ରବାର ଏନେଇ ସ୍ପଷ୍ଟ କରାଯାଇଛି । ପ୍ରଥମେ ଏହି ବୈଠକ ଅଗଷ୍ଟ୨୫-୨୬ରେ ହେବାକୁ ଥିଲା । ତେବେ କିଛି ନେତାଙ୍କ ବ୍ୟସ୍ତ କାର୍ଯ୍ୟକ୍ରମ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଛି । ମୁମ୍ବାଇର ପବଇ ଅଞ୍ଚଳରେ ଏହି ବୈଠକ ଅନୁଷ୍ଠିତ ହେବ ।
ସୂଚନା ମିଳିଛି ଯେ ଏହି ବୈଠକରେ ଇଣ୍ଡିଆର ସଂଯୋଜକଙ୍କ ନାଁ ନେଇ ଘୋଷଣା ହୋଇପାରେ । ସେହିଭଳି ଏକ ସମନ୍ୱୟ ସମିତିର ଗଠନ କରାଯିବ । ୨୦୨୪ରେ ଲୋକସଭା ନିର୍ବାଚନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ । ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ତାରିଖରେ ବିରୋଧୀ ମେଣ୍ଟଙ୍କ ବୈଠକ ଅନୁଷ୍ଠିତ ହେବ । ଶେଷ ଦିନରେ ଔପଚାରିକ ବୈଠକ ପରେ ମିଳିତ ପ୍ରେସମିଟ୍ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/hshshsh.jpg)