ଭାରତ–ଚୀନ ମଧ୍ୟରେ ଆଜି ସେନା ସ୍ତରୀୟ ବୈଠକ : ପ୍ରକୃତ ନିୟନ୍ତ୍ରଣ ରେଖାର ମୋଲ୍ଡୋ ଠାରେ ହେବ ୧୨ତମ କମାଣ୍ଡର ମିଟିଂ

64

କନକ ବ୍ୟୁରୋ : ଭାରତ–ଚୀନ ମଧ୍ୟରେ ୧୨ ତମ କମାଣ୍ଡର ସ୍ତରୀୟ ବୈଠକ ଆଜି ହେବ । ଲଦାଖ ସେକ୍ଟରରେ ଏହି ବୈଠକ ବସିବାକୁ ଯାଉଛି । ପ୍ରକୃତ ନିୟନ୍ତ୍ରଣ ରେଖାରେ ଥିବା ମୋଲ୍ଡୋ ଠାରେ ଏହି ବୈଠକ ହେବାକୁ ଯାଉଛି । ଆଜି ସକାଳ ୧୦ଟା ୩୦ରେ ଏହି ଆଲୋଚନା ହେବାକୁ ସ୍ଥିର ହୋଇଛି । ଦୁଇ ଦେଶର ସେନା ମଧ୍ୟରେ ଶେଷ ଥର ପାଇଁ ଏପ୍ରିଲ ୯ ତାରିଖରେ ଆଲୋଚନା କରିଥିଲା ।

ବିବାଦୀୟ କ୍ଷେତ୍ରରୁ ସେନା ପ୍ରତ୍ୟାହାର ନେଇ ଅନେକ ଥର ଆଲୋଚନା ହୋଇଥିଲେ ବି କୌଣସି ଫଳ ମିଳିନାହିଁ । ହଟ୍ ସ୍ପ୍ରିଙ୍ଗ ଓ ଗୋଗ୍ରା ଅଂଚଳରେ ଏବେ ବି ମୁହାଁମୁହିଁ ପରିସ୍ଥିତିରେ ରହିଛନ୍ତି ପିଏଲଏ ଓ ଭାରତୀୟ ସେନା । ପୂର୍ବ ଆଲୋଚନା ପରେ ପେଙ୍ଗୟୋଙ୍ଗ ସ୍ତୋ ଠାରୁ ଚାଇନା ନିଜ ଶସସ୍ତ୍ର ସେନାବାହିନୀ ପ୍ରତ୍ୟା କରିଥିଲା । ତେଣୁ ଆଜିର ଆଲୋଚନାରେ ହଟ୍ ସ୍ପ୍ରିଙ୍ଗ ଓ ଗୋଗ୍ରା ବିବାଦୀୟ କ୍ଷେତ୍ର ନେଇ କମାଣ୍ଡର ସ୍ତରୀୟ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।