ମାଟି ତଳୁ ବେଜିଂର ଷଡଯନ୍ତ୍ର । ୨୫୦ କିମି ଦୂରରେ ମିଜାଇଲ ଷ୍ଟୋରେଜ ତିଆରି କରୁଛି ଚୀନ୍

1,016

ପଦାରେ ପଡିଲା ଚୀନର ଷଡଯନ୍ତ୍ର । ସୀମାରୁ ପଛକୁ ହଟିବା ଆଳରେ ମାଟି ତଳେ ଚକ୍ରବ୍ୟୁହ ରଚୁଛି ଚୀନ୍ । ଲଦାଖର ରାଜଧାନୀ ଲେହ ଠାରୁ ପ୍ରାୟ ଅଢେଇଶହ କିଲୋମିଟର ଦୂରରେ ମାଟି ତଳେ ମିଜାଇଲ ଷ୍ଟୋରେଜ୍ ତିଆରି କରିଛି ଡ୍ରାଗନ ସେନା । ଆସିଲା ସାଟେଲାଇଟ୍ ଚିତ୍ର
ଚୀନ ତିଆରି କରିଥିବା ମିଜାଇଲ ଷ୍ଟୋରେଜ୍, ଦକ୍ଷିଣ ଶିନଜିଆଙ୍ଗ ମିଲେଟ୍ରି ବେସ ଠାରୁ ଖୁବ କମ ଦୂରରେ ଅବସ୍ଥିତ ରହିଛି । ଏଥିରେ ପ୍ରାୟ ୧୪ଟି ସୁଡଙ୍ଗ ନିର୍ମାଣ କରାଯାଇଛି । ତିନି କିମି ଦକ୍ଷିଣରୁ ଆରମ୍ଭ ହୋଇ ୨ କିଲୋମିଟର ଆଗକୁ ଲମ୍ବିଛି ଏବଂ ପଶ୍ଚିମରେ ୧୨ଟି ସୁଡଙ୍ଗ ନିର୍ମାଣ କରାଯାଇଛି ଯେଉଁଠି ମିଜାଇଲ ଷ୍ଟୋରଜ ରହିଥାଇପାରେ ବୋଲି ଅନୁମାନ କରାଯାଉଛି । ସେହିଭଳି ପୂର୍ବ ଦିଗରୁ ଦୁଇଟି ଅନ୍ୟ ସୁଡଙ୍ଗ ତିଆରି କରାଯାଇଛି, ଯାହାକି ବିଭିନ୍ନ ରାସ୍ତା ସହ ଯୋଡାଯାଇଛି । ସୁଡଙ୍ଗ ଚାରିପାଖେ ମିଳିଥିବା ସଂକେତରୁ ଅନୁମାନ କରାଯାଉଛି ତିଆରି ହୋଇଥିବା ସୁଡଙ୍ଗରେ ୨୪ଟି ମିଜାଇଲ୍ ଏବଂ ଟ୍ରେକ୍ଟର-ଇରେକ୍ଟର ଲଞ୍ଚର ସାମିଲ ରହିଛି ।
ଚୀନ କେବଳ ମିଜାଇଲ ଷ୍ଟୋରେଜ ସୁଡଙ୍ଗ ନିର୍ମାଣ କରିଛି ତା ନୁହେଁ ତାଜା ସାଟେଲାଇଟ୍ ଚିତ୍ରରୁ ଜଣାପଡିଛି କି ସେଠାରେ ହେଲି ପୋର୍ଟ, ପଶିକ୍ଷଣ କ୍ଷେତ୍ର ଏବଂ ୧୫-୨୦ଟି ବିଲ୍ଡିଂ ନିର୍ମାଣ କରାଯାଇଛି । ଯେଉଁଥିରୁ ଅନୁମାନ କରାଯାଉଛି ଆଗକୁ ଚୀନ, ତାର ସେନାକୁ ଏଠାରେ ମୁତୟନ କରିବ ଏବଂ ପଶିକ୍ଷଣ କ୍ଷେତ୍ରରେ ସେନାକୁ ପଶିକ୍ଷଣ ଦେବ । ତେବେ ଭାରତ-ଚୀନ ମଧ୍ୟରେ ବଢୁଥିବା ତିକ୍ତତା ଯଦି ଯୁଦ୍ଧ ଆଡକୁ ଇସାରା କରେ ତାହେଲେ ଏହିଠାରୁ ଚୀନ୍ ଭାରତକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବ ବୋଲି ଅନୁମାନ କରାଯାଉଛି
ତେବେ ଯଦି ପ୍ରକୃତରେ ଦେଖାଯାଏ, ଚୀନକୁ ସବୁ ବେଳେ ବନ୍ଧୁତାର ହାତ ବଢାଇଆସିଛି ଭାରତ । କିନ୍ତୁ ବନ୍ଧୁତ୍ୱର ସମ୍ପର୍କରେ ବିସ ଦେବାକୁ କେବେ ପଛାଇନି ଚୀନ୍