ସଂସଦରେ ଉଠିବ ଚୀନ-ଭାରତ ବିବାଦ ପ୍ରସଙ୍ଗ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରଖିବେ ଏଲଏସି ନେଇ ତଥ୍ୟ; ସରକାକଙ୍କ ଆଭିମୁଖ୍ୟ ରଖିବାକୁ ବାରମ୍ବାର ବିରୋଧୀ କରିଥିଲେ ଦାବି

111

କନକ ବ୍ୟୁରୋ: ଲଦାଖରେ ଭାରତ-ଚୀନ ବିବାଦ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ ବୟାନ ଦେବେ । ଗତ କିଛି ମାସ ଧରି ପୂର୍ବ ଲଦାଖରେ ଉତେଜନା ଜାରି ରହିଛି । ଦୁଇଦେଶର ସେନା ଅନେକବାର ମୁହାଁମୁହିଁ ହୋଇଛନ୍ତି । ଦୁଇଦେଶର ସୈନ୍ୟସ୍ତରୀୟ କଥାବାର୍ତା ପରେ ବି ସ୍ଥିତିରେ କୌଣସି ପରବିର୍ତନ ହେଉନାହିଁ । ସରକାର ଏ ନେଇ ବୟାନ ଦେବାକୁ ବିରୋଧୀ ବାରମ୍ବାର ଦାବି କରିଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ଦିନ ୩ଟାରେ ରାଜନାଥ ସିଂ ଲୋକସଭାରେ ବୟାନ ଦେବେ ।

କିଛି ଦିନ ତଳେ ଋଷର ରାଜଧାନୀ ମସ୍କୋରେ ସାଂଘାଇ ସହଯୋଗ ସଙ୍ଗଠନ ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା । ଭାରତ ଓ ଚୀନର ପ୍ରତିରକ୍ଷା ମନ୍ତ୍ରୀ ପ୍ରାୟ ଦୁଇଘଂଟା ଧରି ବୈଠକ ବସିଥିଲା । ଏଥିରେ ସ୍ଥିର ହୋଇଥିଲା ଯେ, ଦୁଇଦେଶ କଥାବାର୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବେ । କିନ୍ତୁ ବିବାଦୟୀ ସ୍ଥାନରେ ସେନା କେବେ ହଟିବେ ସେ ନେଇ କିଛି ନିଷ୍ପତି ନିଆଯାଇନଥିଲା । ଏହାପରେ ମସ୍କୋରେ ବୈଦେଶିକ ମନ୍ତ୍ରୀ ସ୍ତରୀୟ କଥାବାର୍ତା ବି ହୋଇଥିଲା । ପୂର୍ବ ଲଦାଖର ଏଲଏସିରେ ଗତ କିଛି ଦିନ ମଧ୍ୟରେ ଭାରତ-ଚୀନ ସୈନିକ ମୁହାଁମୁହିଁ ହୋଇଛନ୍ତି । କୂଟନୈତିକ ସ୍ତରରେ ଏହାକୁ ସାମାନ୍ୟ କରିବାକୁ ଉଦ୍ୟମ କରାଯାଉଛି ।