କନକ ବ୍ୟୁରୋ : ପୂର୍ବ ଲଦାଖ ନିକଟ ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଅଚଳାବସ୍ଥା ତୁଟିବାକୁ ଯାଉଛି । ଗୋଗ୍ରା ହଟସ୍ପ୍ରିଂଙ୍ଗର ଫିପଟିନ୍ ପାଟ୍ରୋଲିଂ ପଏଣ୍ଟରୁ ସହମତି ଭିତିରେ ଭାରତ ଓ ଚୀନ ସୈନ୍ୟ ପ୍ରତ୍ୟାହର ହେବା ଏହି ସଙ୍କେତ ଦେଉଛି । କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ପରେ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ସୈନ୍ୟ ଅପସାରଣ ଗତକାଲି ଶେଷ ହୋଇଛି ।

Advertisment

ସୈନ୍ୟ ପ୍ରତ୍ୟାହାର ପରେ ସେନା ଚୌକୀ ଖାଲି ହୋଇଛି, ଫିଫଟିନ୍ ପାଟ୍ରୋଲିଂ ପଏଣ୍ଟରୁ ଦୁଇ ଦେଶର ସେନା ପକ୍ଷରୁ ନିର୍ମାଣ ହୋଇଥିବା ଅସ୍ଥାୟୀ କ୍ୟାମ୍ପକୁ ଭାଙ୍ଗିଦିଆଯାଇଛି । ଏଥିସହ ଗ୍ରୋଗ୍ରା ହଟସ୍ପ୍ରିଙ୍ଗ ଅଞ୍ଚଳରେ ପୂବ ର୍ସ୍ଥିତିକୁ ଦୁଇ ଦେଶ ଯବାନ ଫେରିଛନ୍ତି । ଗୋଗ୍ରା- ହଟସ୍ପ୍ରିଙ୍ଗର ଫିପଟିନ୍ ପାଟ୍ରୋଲିଂ ପଏଣ୍ଟରୁ ଦୁଇ ଦେଶର ସେନା ହଟିବା ଭାରତ-ଚୀନ ସୀମା ବିବାଦର ସମାଧାନ ଦିଗରେ ଏକ ଭଲ ସଙ୍କେତ । ହେଲେ ଏବେ ବି ଡେମଚୋକ ଓ ଦେପସାଙ୍ଗ ଅଞ୍ଚଳ ସୀମାରେ ଦୁଇ ଦେଶର ସୈନ୍ୟ ମୁତୟନ ଅଛନ୍ତି, ଅଚଳାବସ୍ଥା ଜାରି  ।

ଆଗକୁ କୁଟନୈତିକ, ସୈନ୍ୟସ୍ତରୀୟ ଆଲୋଚନା ଜରିଆରେ ଏହାର ସମାଧାନ ହେବ ବୋଲି ଆଶା କରାଯାଉଛି । ଗତ ଜୁଲାଇରେ ଉଚ୍ଚସ୍ତରୀୟ କର୍ପସ କମାଣ୍ଡର ବୈଠକର ୧୬ ରାଉଣ୍ଡ ଆଲୋଚନାରେ ଗୋଗ୍ରା ହଟସ୍ପ୍ରିଙ୍ଗରୁ ସୈନ୍ୟ ହଟାଇବାକୁ ଦୁଇ ଦେଶ ସହମତ ହୋଇଥିଲେ । ଏହା ପରେ ସେପ୍ଟେମ୍ବର ୮ ତାରିଖରୁ ସୈନ୍ୟ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଯାହା ସେପ୍ଟେମ୍ବର ୧୨ ତାରିଖ ରାତି ଯାଏଁ ଚାଲିଥିଲା ।