ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ: LAC ଗଲୱାନ ଘାଟିରେ ଉତ୍ତେଜନା; ଜଣେ ଅଫିସରଙ୍କ ସମେତ ୨ ଯବାନ ସହିଦ

ଚୀନ ସେନାକୁ ପଛକୁ ହଟାଇବା ବେଳେ ଉତ୍ତେଜନା । ଦୁଇ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ବୈଠକ ଜାରି । ଭାରତ ସୀମା ଅତିକ୍ରମ କରିଥିବା ଚୀନର ଅଭିଯୋଗ । ସୀମାରେ ଗୁଳିବିନିମୟକୁ ଖଣ୍ଡନ କଲା ଚୀନ ।

676

କନକ ବ୍ୟୁରୋ: ଭାରତ ଚୀନ ସୀମାରେ ଉତ୍ତେଜନା । ଜଣେ ଭାରତୀୟ ସେନା ଅଧିକାରୀଙ୍କ ସହ ୨ ଜବାନ ସହିତ । ଭାରତ ଓ ଚୀନ୍ ମଧ୍ୟରେ ଲଦାଖ ସୀମାରେ ସୃ୍ଷ୍ଟି ହୋଇଛି ଏପରି ବିବାଦୀୟ ସ୍ଥିତି । ଗତକାଲି ବିଳମ୍ବିତ ରାତ୍ରିରେ ଗଲୱାନ ଘାଟି ଅଂଚଳରେ ଉଭୟ ଦେଶର ସେନା ମୁହାଁମୁହିଁ ହେବା ପରେ ଏପରି ଘଟଣା ଘଟିଛି । ଏହା ପରେ ପୁଣି ଥରେ ଅଶାନ୍ତ ହୋଇଛି ଭାରତ-ଚୀନ ସୀମା । ଚୀନ୍ ସୈନିକଙ୍କୁ ଅଟକାଇବା ବେଳେ ଉଭୟ ଦେଶର ସେନା ମଧ୍ୟରେ ଉତେଜନା ବଢିଯାଇଛି । ଭାରତୀୟ ସେନା ଅଧିକାରୀତଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପରିସ୍ଥିତି ସାମାନ୍ୟ କରିବା ପାଇଁ ପ୍ରକ୍ରୀୟା ଚାଲିଥିବା ବେଳେ ଏପରି ଉତେଜନା ମୂଳକ ପରିସ୍ଥିତ ସୃଷ୍ଟି ହୋଇଛି । ସେପଟେ ସୀମାରେ ଚୀନ ସୈନିକ ଗୁଳି ଚଳାଇଥିବା ଘଟଣାକୁ ଖଣ୍ଡନ କରିଛି ଚୀନ୍ ବିଦେଶ ମନ୍ତ୍ରାଳୟ । ଚୀନ୍ ବିଦେଶ ମନ୍ତ୍ରାଳୟର ବୟାନରେ କୁହାଯାଇଛି ଯେ ଭାରତ ଏକପାଖିଆ ନିଷ୍ପତି ନନେଉ । ଯାହା ଦ୍ୱାରା ପରିସ୍ଥିତି ଆହୁରୀ ବିଗିଡି ଯିବ ।

ଏପରିକି ଭାରତୀୟ ସେନା ପ୍ରଥମେ ସୀମା ଅତିକ୍ରମ କରିଥିବା ଅଭିଯୋଗ ଆଣିଛି ଚୀନ୍ । ସେପଟେ ପରିସ୍ଥିତିକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଓ ତିନି ସେନା ମୁଖ୍ୟଙ୍କ ସହ ବୈଠକ କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ମେ’ ୫, ୬ରୁ ଆରମ୍ଭ ହୋଇଥିବା ବିବାଦର ସମାଧାନ ପାଇଁ ଗତ ଏକ ସପ୍ତାହ ଧରି ଉଭୟ ଦେଶ ମଧ୍ୟରେ ଆଲୋଚନା ଚାଲିଥିଲା । ପର୍ଯ୍ୟାୟ ଆଲୋଚନା ପରେ ଏହି ବିବାଦର ସମାଧାନ ହେବାକୁ ଲାଗିଥିଲା । ବିବାଦୀୟ କ୍ଷେତ୍ରରେ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଉତେଜନା ଦେଖାଦେଇଥିଲା ।

ସେବେଠାରୁ ମିରର ଡିପ୍ଲଏମେଂଟ ବା ସାମ୍ନାସାମ୍ନି ପରସ୍ପରକୁ ଛକି ରହିଥିଲେ ଉଭୟ ଦେଶର ସେନା । ଏହି ଅଚଳାବସ୍ଥା ଦୂର କରିବା ପାଇଁ ଆରମ୍ଭ ହୋଇଥିଲା ସେନା ଅଧିକାରୀ ସ୍ତରୀୟ ଆଲୋଚନା । ଆଉ ବିବାଦୀୟ କ୍ଷେତ୍ରରୁ ପଛକୁ ହଟିଥିଲେ ଦୁଇ ଦେଶର ସେନା । ଏଲଏସି ବା ପ୍ରକୃତ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତ ସୀମା ଭିତରକୁ ବାରମ୍ବାର ପସିବାକୁ ଉଦ୍ୟମ କରୁଥିଲା ଡ୍ରାଗନ୍ ସେନା । ପ୍ରାୟ ମାସେ ଧରି ମୁହାଁମୁହିଁ ପରିସ୍ଥିତି ଲାଗିରହିବା ପରେ ସୀମାରୁ ଉତେଜନା କମ କରିବାକୁ ଗତ ଜୁନ ୬ରେ ଏଲଜି ସ୍ତରୀୟ ଆଲୋଚନା ହୋଇଥିଲା । ଏହା ପରେ ଅନେକ ଥର ଆଲୋଚନା ଟେବୁଲରେ ବସିଛନ୍ତି ଦୁଇ ଦେଶର ସେନା ପ୍ରତିନିଧି । ଏହାପରେ ସୀମାରେ ଉତେଜନା କମୁଛି ବୋଲି ଆଶା କରାଯାଉଥିବା ବେଳେ ଏବେ ପୁଣି ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ ଉତେଜନା କମିବା ବଦଳରେ ବଢିବାରେ ଲାଗିଛି ।