ସୀମାରେ ଫେରିବ ଶାନ୍ତି ! ଏଲଏସିରେ ବିବାଦ ମଧ୍ୟରେ ଭାରତ-ଚୀନ ମଧ୍ୟରେ ସୈନ୍ୟ ଅଧିକାରୀଙ୍କ ୧୪ ଘଂଟାର ମାରାଥନ ବୈଠକ: ଉତେଜନା କମ କରିବାକୁ ଆଲୋଚନା

484
କନକ ବ୍ୟୁରୋ: ଏଲଏସିରେ ଉତେଜନା କମ କରିବା ପାଇଁ ଭାରତ-ଚୀନ ମଧ୍ୟରେ ଦୀର୍ଘସମୟ ଧରି ସୈନ୍ୟ ଅଧିକାରୀ ସ୍ତରୀୟ ।ଲୋଚନା ହୋଇଛି । ଗତକାଲି ପ୍ରାୟ ୧୪ ଘଂଟା ଧରି ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଛି । ଏହି ବୈଠକ ଗତକାଲି ଚୁସୁଲରେ ସକାଳ ସାଢେ ୧୧ଟାରୁ ଆରମ୍ଭ ହୋଇ ରାତି ୨ଟା ଯାଏଁ ଚାଲିଥିଲା । ଏଥିରେ ଉତେଜନା କମ କରିବା ସହ ଚୀନ ସେନା ପଛକୁ ହଟିବା ଉପରେ ଦୁଇପକ୍ଷ ମଧ୍ୟରେ ଆଲୋଚନା ହୋଇଛି । ଭାରତ-ଚୀନ ମଧ୍ୟରେ ଏହା ଚୁତର୍ଥ କୋର କମାଣ୍ଡର ସ୍ତରୀୟ ବୈଠକ ।
ଖବର ଅନୁସାରେ, ଉଭୟ ପକ୍ଷ ନିଜର ପୁରୁଣା ସ୍ଥାନକୁ ଫେରିଯିବାକୁ ରାଜି ହୋଇଛନ୍ତି । ଏପ୍ରିଲ ମାସରେ ଦୁଇ ସେନା ଯେଉଁଠାରେ ରହିଥିଲେ ସେହିଠାକୁ ଫେରିବାକୁ ଭାରତ ମୁଖ୍ୟତଃ ଦାବି ରଖିଛି । ଜୁନ ୧୫ ରେ ଗଲୱାନ ଘାଟିରେ ଦୁଇ ଦେଶର ସେନା ମୁହାଁମୁହିଁ ହେବା ପରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ୨୦ ଭାରତୀୟ ସେନା ସହିଦ ହୋଇଥିଲେ । ଚୀନ୍ ସ୍ପଷ୍ଟ କରିନଥିଲା ତାହାର କେତେ ସୈନ୍ୟ ମୃତାହତ ହୋଇଛନ୍ତି । ପରେ ଦୁଇଦେଶ ମଧ୍ୟରେ ସୈନ୍ୟ ଅଧିକାରୀ ସ୍ତରୀୟ ବୈଠକ ପରେ ଚୀନ ସେନା ଲଦ୍ଦାଖର ବିବାଦୀୟ ଏଲଏସିର ପ୍ୟାଙ୍ଗଙ୍ଗ ଶୋରୁ ହଟିବାକୁ ରାଜି ହୋଇ ସୈନ୍ୟ ଅପସାରଣ ଆରମ୍ଭ କରିଥିଲା ।