କନକ ବ୍ୟୁରୋ : ଲଦାଖରେ ଭାରତ ଓ ଚୀନ ସେନା ମୁହାଁମୁହିଁ । ଲଦାଖର ଡେମଚେକ ସେକ୍ଟରରେ ଚୀନ୍ ସେନା ପୁଣି ଥରେ ଅନୁପ୍ରବେଶ କରିଛି । ସେଠାରେ ଏକ ଭାରତୀୟ ଗାଁରେ ଚାଲିଥିବା କେନାଲ ନିର୍ମାଣ କାମକୁ ଚୀନ୍ ସେନା ବିରୋଧ କରିବାରୁ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଛନ୍ତି ।
ଲେହଠାରୁ ୨୫୦ କିଲୋମିଟର ଦୂର ଏକ ଗାଁରେ ଜଳସେଚନ ଓ ପାନୀୟ ଜଳର ସୁବିଧା ନିମନ୍ତେ ମନରେଗା ଯୋଜନାର କାମ ଚାଲିଥିବାବେଳେ ୫୫ଜଣ ଚୀନ୍ ସେନା ସେଠାରେ ପହଂଚି ଭଙ୍ଗାରୁଜା କରିଥିଲେ । ଭାରତୀୟ ସେନା ଓ ଆଇଟିବିପି ଘଟଣାସ୍ଥଳରେ ପହଂଚି ଏହାର ଜବାବ ଦେଇଥିଲେ । ଚୀନ୍ ସେନା ଫେରିଯିବା ପରେ ପୁଣି ଥରେ ଆସି ଏହାକୁ ବିରୋଧ କରିଥିଲେ । ଆଇଟିବିପିର କଡା ଜେତାବନୀ ପରେ ଚୀନ ସେନା ସେଠାରେ ତମ୍ବୁ ଟାଣି ରହିଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/chinesetroops.jpg)