ତୀକ୍ଷ୍ଣକଣ୍ଟା ଲାଗିଥିବା ବାଡ଼ି ଏବଂ ମୁନିଆ ପଥରରେ ଭାରତୀୟ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲା ଡ୍ରାଗନ୍ ସେନା : ଚୀନ୍ ଏହାକୁ ଘଟଣା କହି ଫାଙ୍କୁଥିଲେ ବି ଫୁଲ୍ ପ୍ଲାନିଙ୍ଗରେ ହୋଇଥିଲା ଆକ୍ରମଣ । 

6,708

ଗଲବାନ୍ ଘାଟିରେ ଗୁଳି , ଲାଣ୍ଡମାଇନ୍ , ବିସ୍ଫୋଟକ କିଛି ଫୁଟିନଥିଲା ଖାଲି ପଥର ଏବଂ ବାଡ଼ି ଆଘାତରେ ଚାଲିଯାଇଥିଲା ୨୦ ଯବାନଙ୍କ ଜୀବନ । କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଡ଼ହଡ଼ହ ଖରା, ହାଡ଼ଭଙ୍ଗା ଶୀତ , ଆତଙ୍କବାଦୀଙ୍କ ଆଖିବୁଜା ଗୁଳିକୁ ସହ୍ୟ କରୁଥିବା ଯବାନ କ’ଣ ବାଡ଼ି ଆଘାତକୁ ସହ୍ୟ କରିପାରିଲେନି! ଭାରତ ଏବଂ ଚୀନ୍ ସୀମା ଲଦାଖରେ ଗତ କିଛି ଦିନ ହେବ ସଂଘର୍ଷର ସ୍ଥିତି ଦେଖିବାକୁ ମିଳୁଥିଲା । କିନ୍ତୁ ୧୫ ଓ ୧୬ ଜୁନ୍ ରାତିରେ ଏହା ହିସାଂତ୍ମକ ରୂପ ନେଲା ଯେଉଁଥିରେ ୨୦ ଜଣ ଭାରତୀୟ ଯବାନ୍ ସହିଦ୍ ହୋଇଗଲେ । ଚୀନ୍ ସେନା ଚକ୍ରାନ୍ତ କରି ଭାରତୀୟ ଯବାନଙ୍କ ଉପରକୁ କଣ୍ଟାବାଡିରେ ଆଘାତ କଲା । ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ମୋଟାବାଡ଼ିରେ ତୀକ୍ଷ୍ଣ କଣ୍ଟା ଲାଗିଥିବା ଅସ୍ତ୍ରକୁ ହତିଆର କରି ଯବାନଙ୍କ ଉପରକୁ ଆକ୍ରମଣ କରିଥିଲା ଚୀନ୍ ସେନା । ଏହି ତୀକ୍ଷ୍ଣଅସ୍ତ୍ର ଯୋଗୁଁ ଯବାନଙ୍କ ମରଶରୀର କ୍ଷତବିକ୍ଷତ ଅବସ୍ଥାରେ ମିଳିଥିଲା । ଆଉ ଏଭଳି ଆକ୍ରମଣକୁ ଦେଖିଲେ ଲାଗୁଛି ଯେ ଏହା ସମ୍ପୁର୍ଣ୍ଣ “ପ୍ରି-ପ୍ଲାନଡ୍ ଆଟାକ୍‌” । ଖାଲି ଏବେ ନୁହଁ ମେ’ଆରମ୍ଭରୁ ମଧ୍ୟ ଚୀନସେନା ଏହି ଅସ୍ତ୍ରର ବ୍ୟବହାର କରିଥିଲା । ଜୁନ୍ ୬ ରେ ଦୁଇସେନାଙ୍କ ଭିତରେ କଥାବାର୍ତ୍ତା ହୋଇ ୧୫ ଜୁନ୍ ରେ ସେନା ପଛକୁ ଫେରିବ ବୋଲି ଚୁକ୍ତି ହେଲା । କିନ୍ତୁ ୧୫ ସଂନ୍ଧ୍ୟାରେ କର୍ଣ୍ଣଲ୍ ସନ୍ତୋଷବାବୁଙ୍କ ନିର୍ଦ୍ଦେଶରେ ଭାରତୀୟ ଯବାନ ଯେତେବେଳେ ଚୀନ୍ ସେନାକୁ ପଛକୁ ଫେରିବାକୁ କହିଲେ ଡ୍ରାଗନସେନା ଆକ୍ରମଣ କରିଥିଲା ।

ପୂର୍ବ ପ୍ରସ୍ତୁତି କ୍ରମେ ନିଜକୁ ଯେଭଳି କ୍ଷତି ନପହଞ୍ଚୁ ସେଥିପାଇଁ ଶରୀରରେ କବଚ ପିନ୍ଧିଥିଲା ଚୀନ୍ ସେନା ଏବଂ ହାତରେ ଧରିଥିଲା କଣ୍ଟାବାଡ଼ି । କଥାବାର୍ତ୍ତା ହେବା ସମୟରେ ହିଁ ଭାରତୀୟ ସେନା ଉପରକୁ ଆକ୍ରମଣ କରିଥିଲା ଡ୍ରାଗନ୍ ସେନା । ଚୀନ୍ ଏହି ଆକ୍ରମଣକୁ ଏକ ଘଟଣା କହି ଫାଙ୍କୁଥିଲେ ବି ଏହା ପୂର୍ବପ୍ରସ୍ତୁତିର ପରିଣାମ ବୋଲି ସମସ୍ତେ ବୁଝିସାରିଲେଣି । ଭାରତୀୟ ବିଦେଶ ମନ୍ତ୍ରୀ ଏସ୍ . ଜୟଶଙ୍କର ଚୀନ୍ ବିଦେଶ ମନ୍ତ୍ରୀଙ୍କୁ ଏନେଇ ସଫା ସଫା କହିଛନ୍ତି ଯେ ଏହା କୌଣସି ଘଟଣା ନୁହଁ ଚୀନର ପୂର୍ବପ୍ରସ୍ତୁତି ଚାଲ୍ ।