ସାଟେଲାଇଟ ଦେଖାଇଲା ଚୀନର ସତ: ଗଲୱାନରୁ ପଛକୁ ହଟୁନି ଚୀନ ସେନା, ସାଟେଇଲାଇଟ ଇମେଜରୁ ଦେଖାଗଲା ଡ୍ରାଗନର କ୍ୟାମ୍ପ ଓ ଗାଡି; ଆଲୋଚନା ବେଳେ ପଛକୁ ହଟିବାକୁ ପ୍ରତିଶ୍ରୃତି ଦେଇଥିଲା ବେଜିଂ

822

କନକ ବ୍ୟୁରୋ: ପୂର୍ବ ଲଦାଖର ଗଲୱାନ ଘାଟିରୁ ପଛକୁ ହଟୁନି ଚୀନ ସେନା । ରବିବାର ଆସିଥିବା ସାଟେଲାଇଟ୍ ଇମେଜରୁ ଏହା ପୁଣି ଥରେ ସ୍ପଷ୍ଟ ହୋଇଛି । ଆସିଥିବା ସାଟେଲାଇଟ୍ ଚିତ୍ରରୁ ଜଣାପଡୁଛି ଗଲୱାନ ନଦୀ କୂଳରେ କ୍ୟାମ୍ପ, ଜେସିବି ମେସିନ୍ ଓ ଚୀନ ସେନା ଗାଡି ଏବେ ବି ମହଜୁଦ୍ ରହିଛି । ଜୁନ୍ ୧୫ ରାତିର ଘଟଣା ପରେ କମାଣ୍ଡର ସ୍ତରୀୟ ହୋଇଥିବା ଆଲୋଚନାରେ ଉଭୟ ପକ୍ଷର ସେନା ପଛକୁ ହଟିବେ ବୋଲି ନିଷ୍ପତି ହୋଇଥିଲା । ଏହି ନିଷ୍ପତି ଅନୁଯାୟୀ ଚୀନ୍ ସେନା ପଛକୁ ହଟିବ ବୋଲି ପ୍ରତିଶ୍ରୁତି ଦେଇଥିଲା ।

କିନ୍ତୁ ଗତକାଲି ଆସିଥିବା ସାଟେଲାଇଟ୍ ଇମେଜରୁ ସ୍ପଷ୍ଟ ଜଣାପଡୁଛି ଚୀନ ତାର କଥା ରଖିବାରେ ବିଫଳ ହୋଇଛି । ଏବେ ବି ଗଲୱାନ ନଦୀ କୂଳରେ ଚୀନ କ୍ୟାମ୍ପ, ଜେସିବି ମେସିନ୍ ଓ ଚୀନ ସେନାର ଗାଡିର ମହଜୁଦ ଅଛନ୍ତି । ତେବେ ପ୍ରଶ୍ନ ଉଠୁଛି ନିଷ୍ପତି ହୋଇଥିଲେ ମଧ୍ୟ କାହିଁକି ପଛକୁ ହଟୁନି ଚୀନ୍ ସେନା । ଏହା ପିପୁଲସ ଲିବରେସନ ଆର୍ମିର କିଛି ନୂଆ ଚାଲ ନୁହେଁ ତ? । ତେବେ ଚୀନର ସବୁପ୍ରକାର ଷଡଯନ୍ତ୍ରକୁ ମୁହଁତୋଡ ଜବାବ ଦେବାକୁ ଭାରତ ମଧ୍ୟ ପ୍ରସ୍ତୁତ ରହିଛି । ଏଲଏସିରେ କ୍ଷେପଣାସ୍ତ୍ର ସମେତ ଯୁଦ୍ଧ ବିମାନ ଓ ବହୁ ସଂଖ୍ୟାରେ ସେନା ମୂତୟନ କରିଛି ।