କନକ ବ୍ୟୁରୋ: ସୀମା ଉପରେ ଏବେ ଚୀନକୁ କଡା ଟକ୍କର ଦେବ ଭାରତୀୟ ସେନା । କାହିଁକି ନା, ଅରୁଣାଚଳ ପ୍ରଦେଶ ନିକଟରେ ଚୀନ ସୀମାକୁ ଲାଗି ଭାରତ ବୋଫୋର୍ସ ତୋପର ମୂତୟନ କରିଛି । ତେବେ ବିବାଦ ଭିତରେ ଭାରତର ଏହି ପଦକ୍ଷେପକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ।
ଅସଲ କଥା ହେଉଛି, ଗତକିଛି ଦିନ ତଳେ ଚୀନ ବୈଦେଶିକ ବିଭାଗର ପ୍ରବକ୍ତା ଝାଓ ଲିଜିୟାନ ଅରୁଣାଚଳ ପ୍ରଦେଶକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ, ଅବୈଧ ଭାବେ ତିଆରି ହୋଇଥିବା ଅରୁଣାଚଳ ପ୍ରଦେଶକୁ ଚୀନ ମାନ୍ୟତା ଦେଉନାହିଁ । ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ମଧ୍ୟ ଚୀନ ବୈଦେଶିକ ବିଭାଗର ପ୍ରବକ୍ତା ଆପତ୍ତି ଉଠାଇଥିଲେ । ଯାହାର ଜବାବ୍ ଦେବାକୁ ଯାଇ ଏବେ ଚୀନ ସୀମାରେ ନିଜ ଶକ୍ତିକୁ ଆହୁରି ଦୃଢୀଭୂତ କରିଛି ଭାରତୀୟ ସେନା ।
ଏହା ପୂର୍ବରୁ ମଙ୍ଗଳବାର ଖବର ଆସିଥିଲା ଯେ, ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନା ନିଜର ପ୍ରଥମ ଆଭିଏସନ ବ୍ରିଗେଡ୍ ସ୍ଥାପିତ କରିଦେଇଛି । ଏହି ଆଭିଏସନ ବ୍ରିଗେଡ୍ କେବଳ ସୈନ୍ୟମାନଙ୍କ ସାଜ ସରଞ୍ଜାମ ପହଞ୍ଚାଇବା ନୁହେଁ ବରଂ ଏହା ଏଲଏସି ଅଞ୍ଚଳରେ ଏୟାରସ୍ପେଶ୍ ଉପରେ ମଧ୍ୟ ନଜର ରଖିବ । ତା ସହିତ ଚୀନ ଉପରେ ମଧ୍ୟ ଏହା କଡା ନଜର ରଖିପାରିବ ।ଅଧିକାଂଶ ସମୟରେ ଚୀନ ହେଲିକପ୍ଟର ଭାରତୀୟ ଆକାଶରେ ପଇଁତରା ମାରିବାର ଖବର ଆସିଥାଏ । ଯାହାକୁ ଜବାବ ଦେବାକୁ ଏବେ ଭାରତୀୟ ସେନା ନିଜକୁ ପ୍ରସ୍ତୁତ କରୁଛି । ଏହି ଆଭିଏସନ ବ୍ରିଗେଡ୍ ଏବେ ଚୀନ ହେଲିକପ୍ଟରୁ ଉଚିତ୍ ଜବାବ୍ ଦେଇପାରିବ ବୋଲି କୁହାଯାଉଛି । ସେହିପରି ସୀମାରେ ଉତ୍ତେଜନା ଭିତରେ ଭାରତର ଏହି ପଦକ୍ଷେପକୁ ପ୍ରତିରକ୍ଷା ବିଶେଷଜ୍ଞମାନେ ଏବେ ବଡ ପଦକ୍ଷେପ ବୋଲି କହୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/43-2.jpg)