ଚୀନ ସୀମାରେ ଜୋରଦାର ହଲଚଲ । ଆକାଶରେ ଚକ୍କର କାଟିଲା ଚାଇନା ଚପ୍ପର । ଏଲଏସି ନିକଟରେ ବଢିଲା ହେଲିକପ୍ଟରର ଗତିବିଧି । ସୀମାରେ ସାଙ୍ଘାତିକ ସ୍ଥିତି ନେଇ ଦିଲ୍ଲୀରେ ବୈଠକ

1,745

କନକ ବ୍ୟୁରୋ: ସୀମାରେ ସାଙ୍ଘାତିକ ହେଉଛି ସ୍ଥିତି । ଭାରତ-ଚୀନ ସେନା ମୁହାଁମୁହିଁରେ ୨୦ ଭାରତୀୟ ଯବାନ ସହିଦ । ସୀମାରେ ଚୀନ ଦାଦାଗିରି ଦେଖାଇବା ପରେ ପରିସ୍ଥିତି ସାଙ୍ଘାତିକ ହୋଇଥିଲା । ତେବେ ଲଦ୍ଦାଖ ଗଲୱାନ ଭ୍ୟାଲିରେ ଦୁଇ ଦେଶର ସେନା ମୁହାଁମୁହିଁ ପରେ ୨୦ ଯବାନ ସହିଦ ହୋଇଛନ୍ତି । ସେପଟେ ଚୀନର ପ୍ରାୟ ୪୩ ଜଣ ଯବାନ ମୃତାହତ ହୋଇଥିବା ସୂଚନା ମିଳୁଛି ।

ତେବେ ସବୁଠାରୁ ବଡକଥା ହେଉଛି ଚୀନକୁ ଭାରତ ଶକ୍ତ ଝଟକା ଦେବା ସୀମାରେ ହଲଚଲ ଆରମ୍ଭ ହୋଇଛି । ଏଲଏସି ନିକଟରେ ଚୀନ ଚପ୍ପରର ଗତିବଧି ବଢିଛି । ଚୀନ ସୀମାରେ ସକ୍ରିୟ ହୋଇଛି ହେଲିକପ୍ଟର । ତେବେ ଆକାଶରେ ଚାଇନା ହେଲିକପ୍ଟରର ଜୋରଦାର ଗତିବିଧି ବୃଦ୍ଧି ପାଇଥିବା ଖବର ଆସୁଛି । ତେବେ ଆହତ ସେନାଙ୍କ ସ୍ଥାନାନ୍ତର ପାଇଁ ହେଲିକପ୍ଟର ମୁତୟନ ହୋଇଥିବା ସୂଚନା ମିଳୁଛି ।

ସେପଟେ ସୀମାରେ ହଲଚଲ ପରେ ଦୀଲ୍ଲୀରେ ବୈଠକ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ବୈଠକ ଚାଲିଛି । ଅନ୍ୟପଟେ ସୀମାରେ ଉତ୍ତେଜନା ପରେ ଆସିଲା ସେନାର ପ୍ରଥମ ବୟାନ । ୧୫ ଓ ୧୬ ରାତିରେ ଗଲୱାନ ନିକଟରେ ସେନା ହୋଇଥିଲେ ମୁହାଁମୁହିଁ । ସେହି ସମୟରେ ୧୭ ଭାରତୀୟ ଯବାନ ଗୁରୁତର ହୋଇଥିଲେ । ପୂରା ଘଟଣାକ୍ରମରେ ୨୦ ଯବାନ ସହିଦ ହୋଇଛନ୍ତି ।