ପରମାଣୁ ଶକ୍ତି ବୃଦ୍ଧି କରୁଛନ୍ତି ତିନି ଦେଶ । କିଏ ରହିଛି ସବୁଠୁ ଆଗରେ? ଚମକାଇଦେଲା ‘ଏସପିଆରଆଇ’ ରିପୋର୍ଟ

588

କନକ ବ୍ୟୁରୋ : ଭାରତ, ଚୀନ୍ ଓ ପାକିସ୍ତାନ… ତିନି ଦେଶ ମଧ୍ୟରେ ସବୁବେଳେ ତିକ୍ତତା ଲାଗିରହିଛି । କେତେବେଳେ ପାକିସ୍ତାନ ଭାରତ ଭିତରକୁ ପଶି ଆତଙ୍କବାଦୀ ଷଡଯନ୍ତ୍ର କରୁଛି ତ, ଆଉ କେତେବେଳେ ଚୀନ୍ ସୀମାରେ ତା’ର ବିସ୍ତାରବାଦୀ ନୀତି ଦେଖାଉଛି । ଭାରତ ସର୍ବଦା ଏହି ଦୁଇ ଶତ୍ରୁ ରାଷ୍ଟ୍ର ସହିତ ଲଢିଆସୁଛି । ଏହାରିଭିରତେ ‘ଏସପିଆରଆଇ’ ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏକ ରିପୋର୍ଟ ଜାରି କରିଛି । ଯାହା ସମସ୍ତଙ୍କ ଚିନ୍ତା ବଢାଇଦେଇଛି ।
ଭାରତ ପାଖରେ ୧୬୦ ହତିଆର :
‘ଏସପିଆରଆଇ’ ଜାରି କରିଥିବା ରିପୋର୍ଟ ଅନୁଯାୟୀ, ଭାରତ, ଚୀନ୍ ଓ ପାକିସ୍ତାନ୍ ୨୦୨୧ରୁ ୨୦୨୨ ମଧ୍ୟରେ ନିଜର ପରମାଣୁ ଶକ୍ତି ବଢାଇଛନ୍ତି । ରିପୋର୍ଟରେ କୁହାଯାଇଛି, ୨୦୨୧ ମସିହା ଜାନୁଆରୀ ମାସରେ ଭାରତ ପାଖରେ ୧୫୬ଟି ପରମାଣୁ ଅସ୍ତ୍ର ଥିଲା । ଯାହାର ସଂଖ୍ୟା ବଢି ଏବେ ସୁଦ୍ଧା ୧୬୦ରେ ପହଞ୍ଚିଛି । ସେହିପରି ୨୦୨୧ ଜାନୁଆରୀ ସୁଦ୍ଧା ପାକିସ୍ତାନ ପାଖରେ ୧୬୦ଟି ପରମାଣୁ ହତିଆର ଥିବା ବେଳେ ୨୦୨୨ ସୁଦ୍ଧା ୧୬୫କୁ ବଢାଯାଇଛି । ତେବେ ଏହି ଦୁଇ ଦେଶଙ୍କ ତୁଳନାରେ ଚୀନ୍ ବହୁତ ଆଗରେ ରହିଛି । ପରମାଣୁ ଅସ୍ତ୍ର ରେସରେ ଚୀନ୍ ସବୁଠୁ ଆଗରେ ରହିଛି । ରିପୋର୍ଟରେ କୁହାଯାଇଛି, ଚୀନ୍ ଲଗାତାର ତାର ପରମାଣୁ ଅସ୍ତ୍ରକୁ ବଢାଇବାରେ ଲାଗିଛି । କିଛିଦିନ ପୂର୍ବରୁ ଏକ ସାଟେଲାଇଟ୍ ଚିତ୍ର ଜାରି କରାଯାଇଥିଲା । ଯେଉଁଥିରୁ ପ୍ରମାଣ ହୋଇଛି କି, ଚୀନ୍ ତା’ର ପରମାଣୁ ଶକ୍ତିକୁ ପାଖାପାଖି ୩୫୦ ପର୍ଯ୍ୟନ୍ତ ବୃଦ୍ଧି କରିସାରିଛି ।
ଚୀନ ପରମାଣୁ ଶକ୍ତି ବୃଦ୍ଧି କରିବା ସାଙ୍ଗକୁ ସର୍ବଦା ପଡୋଶୀ ରାଷ୍ଟ୍ରଗୁଡିକ ସହ ତିକ୍ତତା ବଢାଇବାରେ ଲାଗିଛି । ପ୍ରାୟ ସବୁ ପଡୋଷୀ ରାଷ୍ଟ୍ରଙ୍କ ସହ ଚୀନର ସୀମା ବିବାଦ ଲାଗିରହିଛି । ସମସ୍ତଙ୍କୁ ଯୁଦ୍ଧ ପାଇଁ ଉସୁକାଉଛି । ଗତ କିଛି ଦିନ ତଳେ ତାଇବାନ ସୀମାରେ ଯୁଦ୍ଧ ବିମାନ ଉଡାଇ ଆକ୍ରମଣ କଲାଭଳି ପରିସ୍ଥିତି ସୃଷ୍ଟି କରିଥିଲା । ତିବତ୍ ଉପରେ କବ୍ଚା କରିବା ପରେ ଏବେ ଚୀନର ନଜର ତାଇବାନ ଉପରେ ରହିଛି । ଯାହାକୁ ନେଇ ଦୀର୍ଘ ସମୟ ହେବ ତାଇବାନ୍ ସହିତ ଚୀନର ତିକ୍ତତା ଲାଗିରହିଛି । ବର୍ତ୍ତମାନ ସମୟରେ ସ୍ଥିତି ଏପରି ହୋଇଯାଇଛି କି, ଯେକୌଣସି ମୁହୁର୍ତ୍ତରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିପାରେ ଏଥିରେ କୌଣସି ସନ୍ଦେହ ନାହିଁ ।
ଯଦି ଯୁଦ୍ଧ ହୁଏ ଏହାର ପରିଣାମ କଣ ହେବ ତାହା ବୋଧ ହୁଏ କାହାକୁ ଅଛପା ନଥିବ । କରାଣ ନିକଟରେ ଋଷ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ୟୁକ୍ରେନ ସମ୍ପୁର୍ଣ୍ଣ ଧ୍ୱଂସ ହୋଇଯାଇଛି । ବଡ ବଡ ବିଲ୍ଡିଂ, ସୁନ୍ଦର ପରିବେଶ ସବୁକିଛି ଛାରଖାର ହୋଇଯାଇଛି । ତେଣୁ ଯଦି ପୁଣି ଆଉ ଏକ ଯୁଦ୍ଧ ହୁଏ ତେବେ ପରିଣାମ କଣ ହେବ ତାହା ବୋଧହୁଏ ସମସ୍ତଙ୍କୁ ଜଣା । ଆଉ ଏହାରି ଭିତରେ ଚୀନ୍ ଯେଉଁଭଳି ଭାବରେ ତାର ପରମାଣୁ ଶକ୍ତିକୁ ବୃଦ୍ଧି କରୁଛି ତାହା ସମସ୍ତଙ୍କ ଚାନ୍ତାକୁ ବଢାଇଦେଇଛି