ଝିମିଟି ଖେଳରୁ ମହାଭାରତ ! ସାମାନ୍ୟ ବାଇକ୍ ପାର୍କିଙ୍ଗ୍ ଘଟଣାକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ଗଣ୍ଡଗୋଳ , ବଳି ପଡିଗଲା ୧୦୦ ବର୍ଷ ତଳର ମନ୍ଦିର ।

210

ସାମାନ୍ୟ ବାଇକ୍ ପାର୍କିଙ୍ଗ୍ କାରଣକୁ ନେଇ ୧୦୦ ବର୍ଷ ତଳର ଏକ ମନ୍ଦିରକୁ ଭାଙ୍ଗିଦେଲେ ଲୋକେ । ଦିଲ୍ଲୀର ଚାନ୍ଦନିଚୌକ ଅଞ୍ଚଳରେ ମନ୍ଦିର ଆଗରେ ବାଇକ୍ ପାର୍କିଙ୍ଗକୁ ନେଇ ହିନ୍ଦୁ ଏବଂ ମୁସଲିମ୍ ଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ଏତେ ଉଗ୍ର ହେଲା ଯେ ଦୁଇ ଚାହୁଁ ଚାହୁଁ ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ତର୍କ ଗୋଷ୍ଠୀ ସଂଘର୍ଷର ରୂପ ନେଲା । ରବିବାର ରାତି ୧୦ ଟା ସମୟରେ ମୁସଲିମ୍ ଗୋଷ୍ଠୀ ମନ୍ଦିର ଆଗରେ ଜମା ହୋଇ ମନ୍ଦିରକୁ ଭାଙ୍ଗିଦେଇଥିଲେ ।

 

ଚାନ୍ଦନିଚୌକ ଅଞ୍ଚଳରେ ଥିବା ୧୦୦ ବର୍ଷ ତଳର ଏହି ଦୂର୍ଗା ମନ୍ଦିରକୁ ସଂପୂର୍ଣ୍ଣ ରୁପେ ଭାଙ୍ଗି ଦିଆଯାଇଥିଲା । ସ୍ଥାନୀୟ ଲୋକଙ୍କ ଦ୍ୱାରା ସୋମବାର ସକାଳ ଏନେଇ ତୀବ୍ର ପ୍ରତିକ୍ରିୟା ଦେଖାଯାଇଥିଲା । ପ୍ରତିବାଦ କରୁଥିବା ଏହି ଲୋକଙ୍କୁ କିଛି ଲୋକ ପଥରମାଡ କରିଥିବା ଖବର ମଧ୍ୟ ଆସିଛି । ମନ୍ଦିର ଭାଙ୍ଗୁଥିବା ଏବଂ ମନ୍ଦିରକୁ ସୁରକ୍ଷା ଦେଉଥିବା ସମୟରେ ଅନେକ ଲୋକ ପଥରମାଡର ଶିକାର ହୋଇ ଆହତ ହୋଇଛନ୍ତି ।