ଦେଶରେ କାୟା ମେଲାଉଛି କରୋନା: ୩୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୧୨୧୮କୁ ବୃଦ୍ଧି; ମହାରାଷ୍ଟ୍ର, ଗୁଜରାଟ ଏବଂ ଦିଲ୍ଲୀରେ ସ୍ଥିତି ସଂଙ୍ଗୀନ

234

କନକ ବ୍ୟୁରୋ: ଦେଶରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭାରତରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭ହଜାର ୩୩୬ରେ ପହଂଚିଛି । ଏହାସହ ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ୧୨ ଶହ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତାଜା ସୂଚନା ଅନୁସାରେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି । ଏଠାରେ ୧୧ହଜାର ୫୦୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୮ ଶହ ୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୮୫ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଗୁଜରାଟରେ ୪ହଜାର ୭୨୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୭୩୫ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩୬ଜଣ ପ୍ରାଣ ହରାଇଛନ୍ତି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୩ ଜଣ, ଆସାମରେ ୧ଜଣ, ବିହାରରେ ୩ ଜଣ, ଦିଲ୍ଲୀରେ ୬୧ ଜଣ, ଗୁଜରାଟରେ ୨୩୬ ଜଣ, ହରିୟାଣାରେ ୪ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୮ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୨୨ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୧୪୫ ଜଣ, ମହାରାଷ୍ଟ୍ରରେ ୪୮୫ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୯ ଜଣ, ରାଜସ୍ଥାନରେ ୬୨ ଜଣ, ତାମିଲନାଡୁରେ ୨୮ ଜଣ, ତେଲେଙ୍ଗାନାରେ ୨୬ ଜଣ, ଉତ୍ତରପ୍ରଦେଶରେ ୪୨ ଜଣ ଏବଂ ପଶ୍ଚମବଙ୍ଗରେ ୩୩ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୪୬୩), ଅରୁଣାଚଳ ପ୍ରଦେଶ (୧), ଆସାମ (୪୩), ବିହାର (୪୭୧), ଚଣ୍ଡିଗଡ଼ (୮୮), ଛତିଶଗଡ଼ (୪୩), ଦିଲ୍ଲୀ (୩୭୩୮), ଗୋଆ (୭), ଗୁଜରାଟ (୪୭୨୧), ହରିୟାଣା (୩୬୦), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୬୩୯), ଝାଡ଼ଖଣ୍ଡ (୧୧୧) କର୍ଣ୍ଣାଟକ (୫୫୯), କେରଳ (୪୯୭), ଲଦାଖ (୨୨), ମଧ୍ୟପ୍ରଦେଶ (୨୭୧୯), ମହାରାଷ୍ଟ୍ର (୧୧୫୦୬), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୪୯), ପୁଦ୍ଦୁଚେରୀ (୮), ପଞ୍ଜାବ (୪୮୦), ରାଜସ୍ଥାନ (୨୬୬୬), ତାମିଲନାଡୁ (୨୫୨୬), ତେଲେଙ୍ଗାନା (୧୦୩୯), ତ୍ରିପୁରା (୨), ଉତ୍ତରାଖଣ୍ଡ (୫୭), ଉତ୍ତରପ୍ରଦେଶ (୨୩୨୮) ଓ ପଶ୍ଚିମବଙ୍ଗ (୭୯୫) ।