କନକ ବ୍ୟୁରୋ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୨୬ ହଜାର ଟପିଲା । ୮୨୪କୁ ବୃଦ୍ଧି ବୃଦ୍ଧି ପାଇଲା ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଜାରି ହୋଇଥିବା ତଥ୍ୟ ଅନୁସାରେ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ୪୯୬ରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୮ ଶହ ୨୪କୁ ବୃଦ୍ଧି ପାଇଛି । ସେହିଭଳି ଆଜି ମଧ୍ୟ ଦେଶରେ ମହାରାଷ୍ଟ୍ର ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଶୀର୍ଷରେ ରହିଛି । ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୭ ହଜାର ୬୨୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୨୩ରେ ପହଂଚିଛି । ତେବେ ମହାରାଷ୍ଟ୍ର ପରେ ଦେଶରେ ଆକ୍ରାନ୍ତ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି ଗୁଜରାଟ ଓ ତୃତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଗୁଜରାଟରେ ୩୦୭୧ ଓ ଦିଲ୍ଲୀରେ କରୋନା ଆକ୍ରାନ୍ତ ସଂଖ୍ୟା ୨୬ ଶହ ୨୫ରହିଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୧ ଜଣ, ଆସାମରେ ୧ଜଣ, ବିହାରରେ ୨ ଜଣ, ଦିଲ୍ଲୀରେ ୫୪ ଜଣ, ଗୁଜରାଟରେ ୧୩୩ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୬ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୧୮ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୯୯ ଜଣ, ମହାରାଷ୍ଟ୍ରରେ ୩୨୩ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୭ ଜଣ, ରାଜସ୍ଥାନରେ ୩୩ ଜଣ, ତାମିଲନାଡୁରେ ୨୩ ଜଣ, ତେଲେଙ୍ଗାନାରେ ୨୬ ଜଣ, ଉତ୍ତରପ୍ରଦେଶରେ ୨୭ ଜଣ ଏବଂ ପଶ୍ଚମବଙ୍ଗରେ ୧୮ ଜଣ ।
ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୦୬୧), ଅରୁଣାଚଳ ପ୍ରଦେଶ (୧), ଆସାମ (୩୬), ବିହାର (୨୪୩), ଚଣ୍ଡିଗଡ଼ (୨୮), ଛତିଶଗଡ଼ (୩୭), ଦିଲ୍ଲୀ (୨୬୨୫), ଗୋଆ (୭), ଗୁଜରାଟ (୩୦୭୧), ହରିୟାଣା (୨୮୯), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୪୯୪), ଝାଡ଼ଖଣ୍ଡ (୬୭) କର୍ଣ୍ଣାଟକ (୫୦୦), କେରଳ (୪୫୭), ଲଦାଖ (୨୦), ମଧ୍ୟପ୍ରଦେଶ (୨୦୯୬), ମହାରାଷ୍ଟ୍ର (୭୬୨୮), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୯୪), ପୁଦ୍ଦୁଚେରୀ (୭), ପଞ୍ଜାବ (୨୯୮), ରାଜସ୍ଥାନ (୨୦୮୩), ତାମିଲନାଡୁ (୧୮୨୧), ତେଲେଙ୍ଗାନା (୯୯୧), ତ୍ରିପୁରା (୨), ଉତ୍ତରାଖଣ୍ଡ (୪୮), ଉତ୍ତରପ୍ରଦେଶ (୧୭୯୩) ଓ ପଶ୍ଚିମବଙ୍ଗ (୬୧୧) ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/800.jpg)