‘ଅଗ୍ନି-୨’ର ହେଲା ସଫଳ ଉତକ୍ଷେପଣ, ଅନ୍ଧାର ରାତିରେ ୨୦୦୦ କିଲୋମିଟର ଦୂରରେ ଥିବା ଶତ୍ରୁ ଶିବିରକୁ ନିମିଷକରେ କରିବ ଧ୍ୱଂସ ।

265

କନକ ବ୍ୟୁରୋ : ରାତିରେ ନିମିଷକେ ମଧ୍ୟରେ ଧ୍ୱଂସ ହୋଇଯିବ ଶତ୍ରୁ ଶିବିର । ୨୦୦୦ କିଲୋମିଟର ରାଡାରରେ ଶତ୍ରୁ ଶିବିରକୁ କ୍ଷଣିକରେ ଧ୍ୱଂସ କରିଦେବ ଭାରତୀୟ ସେନା । କାରଣ ଶନିବାର ରାତିରେ ମଧ୍ୟମ ଦୂରଗାମୀ ବାଲାଷ୍ଟିକ ମିସାଇଲ ଅଗ୍ନି-୨ର ସଫଳ ବ୍ୟବହାରିକ ପରୀକ୍ଷଣ କରାଯାଇଛି । ଚାନ୍ଦିପୁରର ଅବଦୁଲ କଲାମ ଦ୍ୱୀପରୁ ଏହି ମିସାଇଲର ସଫଳ ପରୀକ୍ଷଣ କରାଯାଇଛି ।

ଏହି ପରୀକ୍ଷଣ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହାକୁ ରାତିରେ ପରୀକ୍ଷା କରାଯାଇଛି । ଭାରତର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡ ପକ୍ଷରୁ ଏହି ବ୍ୟବହାରିକ ପରୀକ୍ଷଣ କରାଯାଇଛି । ୨୦ ମିଟର ଲମ୍ବର ଅଗ୍ନି-୨ ବାଲାଷ୍ଟିକ ମିସାଇଲ ୧୦୦୦ କିଲୋ ପର୍ଯ୍ୟନ୍ତ ଓଜନ ସାଥୀରେ ନେଇପାରିବ । ଅଗ୍ନି-୨ ପୂର୍ବରୁ ଭାରତୀୟ ସେନାରେ ସାମିଲ ହୋଇସାରିଛି । ଏହାକୁ ଡିଆରଡିଓର ଆଡଭାନ୍ସ ସିଷ୍ଟମ ଲାବରୋଟୋରୀରେ ନିର୍ମାଣ କରାଯାଇଛି । ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଉନ୍ନତମାନର ନାଭିଗେସନ ସିଷ୍ଟମ ରହିଛି । ଯାହା ସାହାଯ୍ୟରେ ଦୂରରୁ ମଧ୍ୟ ଟାର୍ଗେଟକୁ ଅତି ସହଜରେ ଧ୍ୱଂସ କରାଯାଇପାରେ ।