୧୯ ବର୍ଷରୁ କମ ବିଶ୍ୱକପ : ଟିମ୍ ଇଣ୍ଡିଆକୁ ବଡ ଝଟକା, ଅଧିନାୟକଙ୍କ ସମେତ ୫ ଖେଳାଳୀ କରୋନାରେ ସଂକ୍ରମିତ । ଶେଷ ଲିଗ୍ ମ୍ୟାଚରୁ ପଡିଲେ ବାଦ୍ ।
କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ୬ ଖେଳାଳୀଙ୍କୁ କରୋନା । ୧୯ ବର୍ଷରୁ କମ ଭାରତୀୟ ଦଳର ୬ ଜଣ ଖେଳାଳୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଟିମ୍ ଇଣ୍ଡିଆ ଏବେ ୧୯ ବର୍ଷରୁ କମ ବିଶ୍ୱକପ ଖେଳୁଥିବା ବେଳେ ଅଧିନାୟକ ୟାସ୍ ଧୂଲଙ୍କ ସମେତ ୫ ଖେଳାଳୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁଥିପାଇଁ ୟୁଗାଣ୍ଡା ବିପକ୍ଷ ଅନ୍ତିମ ମ୍ୟାଚରୁ ୬ ଖେଳାଳୀଙ୍କୁ ବାହର କରାଯାଇଛି । ବୁଧବାର ଆର୍ୟଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ସଙ୍ଗରୋଧରେ ଥିବା ଖେଳାଳୀଙ୍କ ମଧ୍ୟରୁ କେବଳ ହରଫନମୋଲା ବାସୁ ବତ୍ସ୍ୟଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ଭାରତ ଏହାପୂର୍ବରୁ କ୍ୱାର୍ଟରଫାଇନାଲ ଟିକେଟ ହାତେଇ ସାରିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଗଣମାଧ୍ୟମର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆର୍ୟଲାଣ୍ଡ ବିପକ୍ଷରେ ମୈଦାନକୁ ଓହ୍ଲାଇଥିବା ଟିମର ସମସ୍ତ ଖେଳାଳୀଙ୍କ ରିପୋର୍ଟ ନେଗେଟିଭ ଆସିଛି । ଭାରତ ଯଦି ଟେବୁଲ ଟପ୍ପର ରହି ଲିଗ୍ ପର୍ଯ୍ୟାୟ ଶେଷ କରେ ତେବେ ଆସନ୍ତା ୨୯ ତାରିଖରେ କ୍ୱାର୍ଟର ଫାଇନାଲ ମୁକାବିଲା ପାଇଁ ମୈଦାନକୁ ଓହ୍ଲାଇବ । ତେଣ ସେହି ସମୟ ମଧ୍ୟରେ ସମସ୍ତ ଖେଳାଳୀଙ୍କୁ ସୁସ୍ଥ ହେବାର ଆତ୍ୟନ୍ତ ଆବଶ୍ୟକତା ରହିଛି ।
ୟୁଏଇରେ ଏସିଆ କପ ବିଜୟୀ ହେବା ପରେ ଟିମ୍ ଇଣ୍ଡିଆ ୧୯ ବର୍ଷରୁ କମ ବିଶ୍ୱକପ ପାଇଁ ୱେଷ୍ଟଇଣ୍ଡିଜ ଅଭିମୁଖେ ଯାତ୍ରା କରିଥିଲା । ଗୁଏନାରେ ପହଞ୍ଚିବା ପରେ ଭାରତୀୟ ଦଳ ୫ ଦିନ ସଙ୍ଗରୋଧରେ ରହିଥିଲେ । ଏହି ସମୟରେ ଟିମର ଜଣେ ସହଯୋଗୀ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ୟୁଏଇରୁ ୱେଷ୍ଟଇଣ୍ଡିଜ ଅଭିମୁଖେ ଯାତ୍ରା କରିବା ସମୟରେ ହିଁ ଉକ୍ତ ସଦସ୍ୟ ଜଣକ କରୋନାରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଯାହାଦ୍ୱାରା ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଖେଳାଳୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ।