କରୋନା ଭୂତାଣୁର ନୂଆ ଷ୍ଟ୍ରେନ ନେଇ ଭାରତ ସରକାରଙ୍କ ପଦକ୍ଷେପ । ବ୍ରିଟେନରୁ ସମସ୍ତ ବିମାନ ବାତିଲ କଲା ଭାରତ ।

379

କନକ ବ୍ୟୁରୋ: କରୋନା ଭୂତାଣୁର ନୂଆ ଷ୍ଟ୍ରେନ ନେଇ ଭାରତ ସରକାରଙ୍କ ବଡ ପଦକ୍ଷେପ । ବ୍ରିଟେନରୁ ସମସ୍ତ ବିମାନକୁ ବାତିଲ କଲା ଭାରତ । ଆଜି ରାତି ୧୨ଟାରୁ ଏହି କଟକଣା ଲାଗୁ ହେବ । ଏହାପୂର୍ବରୁ ଆସୁଥିବା ବିମାନର ସମସ୍ତ ପାସେଞ୍ଜରଙ୍କ ଆରଟି-ପିସିଆର ଟେଷ୍ଟ କରାଯାଉଛି । ଏନେଇ ଭାରତ ସରକାର ଟ୍ୱିଟ କରି ସୂଚନା ଦେଇଛନ୍ତି ।

ତେବେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଏବେ ଚିନ୍ତାରେ ସାରା ବିଶ୍ୱ । ତେବେ ବ୍ରିଟେନରେ ମଧ୍ୟ ଗତକାଲିଠାରୁ ଲଡକାଉନ କଡାକଡି କରାଯାଇଛି । ଏହାପୂର୍ବରୁ ମଧ୍ୟ ନେଦରଲାଣ୍ଡ, ବେଲଜିୟମ ଓ ଜର୍ମାନୀ ବ୍ରିଟେନ ଓ ଆଫ୍ରିକାରୁ ଆସୁଥିବା ସମସ୍ତ ବିମାନ ଉପରେ କଟକଣା ଲଗାଇଛନ୍ତି ।

ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ଓ ପଜିଟିଭ ମାମଲା ବଢିବା ଖବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଚିନ୍ତା ବଢାଇ ଦେଇଛି । ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଆଜି ଜଏଂଟ ମନିଟରିଂ ଗ୍ରୁପର ଜରୁରୀକାଳୀନ ବୈଠକ ଡକାଯାଇଛି । ଡାଇରେକ୍ଟର ଜେନେରାଲ ଅଫ ହେଲଥ ସର୍ଭିସ ବା ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟ କ୍ଷତାରେ ଆଜି ବୈଠକ ବସିବ ।