ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର ହତ୍ୟା ପରେ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ସୋମବାର ଦିନ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କାନାଡା ସଂସଦରେ ଭାରତକୁ ଖାଲିସ୍ତାନୀ ଆତଙ୍କବାଦୀ ନିଜର ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ତିକ୍ତ ହୋଇଯାଇଥିଲା ।
କାନାଡାରେ ଖାଲିସ୍ତାନ ପ୍ରସଙ୍ଗ ଚରମ ସୀମାରେ ରହିଛି । କାନାଡା ସରକାର ସହ ଭାରତର କଥାବାର୍ତ୍ତା ମଧ୍ୟରେ ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ କାନାଡାର ହିନ୍ଦୁମାନଙ୍କୁ ଦେଶ ଛାଡିବାକୁ ଏକ ବିବାଦୀୟ ଧମକ ଦେଇଥିଲେ। ବର୍ତ୍ତମାନ ଏହି ଭିଡିଓକୁ ନିନ୍ଦା କରାଯାଉଛି।
କାନାଡାରେ ବିରୋଧୀଦଳର ନେତା ପିଆର ପୋଏଲିଭ୍ରେ ମଧ୍ୟ ତାଙ୍କ ବାର୍ତ୍ତାରେ କାନାଡାରେ ରହୁଥିବା ହିନ୍ଦୁ ଲୋକମାନଙ୍କ ପାଇଁ ବିଶେଷ କଥା କହିଛନ୍ତି । ସେ କହିଥିଲେ, 'ପ୍ରତ୍ୟେକ କାନାଡିୟଙ୍କୁ ବିନା ଡରଭୟରେ ବଞ୍ଚିବାର ଅଧିକାର ରହିଛି । ସାମ୍ପ୍ରତିକ ସମୟରେ ଆମେ କାନାଡାର ହିନ୍ଦୁମାନଙ୍କୁ ଟାର୍ଗେଟ କରୁଥିବା ଘୃଣ୍ୟ ମନ୍ତବ୍ୟ ଦେଖିଛୁ । ଏହିପରି ରୂଢିବାଦୀ ଚିନ୍ତାଧାରାକୁ ଆମେ ଘୋର ନିନ୍ଦା କରୁଛୁ । ହିନ୍ଦୁମାନେ ଆମଦେଶର ପ୍ରଗତିରେ ବହୁତ ଯୋଗଦାନ ଦେଇଛନ୍ତି । ସେମାନଙ୍କ ବିରୁଦ୍ଧରେ ଏପରି ମନ୍ତବ୍ୟକୁ ଆମେ ଘୋର ନିନ୍ଦା କରୁଛୁ । ସରକାର ଏ ବିଷୟରେ ଶୀଘ୍ର ଦୃଷ୍ଟି ଦେବା ଆବଶ୍ୟକ ।'
Follow Us