ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ ଭାରତ ତିଆରି କଲା ୨୫୦ ଘର ! ଏବେ ମିଆଁମାର ଫେରିବେ ରୋହିଙ୍ଗ୍ୟା ଶରଣାର୍ଥୀ ।

269

ନିକଟରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ପାଇଁ ଭାରତ ସରକାର ମିଆଁମାରକୁ ଘର ଯୋଗାଇଦେଇଛନ୍ତି । ଏହାପରେ ମିଆଁମାର ଦ୍ୱାରା ନିଜ ବିଦେଶ ସଚିବଙ୍କୁ ବାଙ୍ଗଲାଦେଶ ପଠାଇବାର ସମ୍ଭାବନା ରହିଛି । ମିଆଁମାରରେ ସାମାଜିକ,ଧାର୍ମିକ ଏବଂ ଜାତୀୟ ଉତ୍ପୀଡନକୁ ଦେଖି ରୋହିଙ୍ଗ୍ୟା ପରିବାର ଦେଶ ଛାଡି ବାଙ୍ଗାଲାଦେଶରେ ରହୁଥିଲେ । ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ମିଆଁମାରର ବିଦେଶ ସଚିବଙ୍କ ଯାତ୍ରା ଚଳିତ ମାସର ଶେଷ ସୁଦ୍ଧା ହୋଇପାରେ । ଯେଉଁଥିରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସୁରକ୍ଷା ବିଷୟରେ କଥାବାର୍ତ୍ତା ହେବ ।

ଆପଣଙ୍କୁ କହିରଖୁଛୁ ଯେ ଭାରତୀୟ ରାଜଦୁତ ସୌରଭ କୁମାର ଜୁଲାଇ ୯ ରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ ତିଆରି କରାଯାଇଥିବା ୨୫୦ ପୂର୍ଣ୍ଣ ନିର୍ମିର୍ତ ଘରକୁ ମିଆଁମାରକୁ ପ୍ରଦାନ କରିଥିଲେ । ଏହି ପ୍ରୋଜେକ୍ଟ ଭାରତ ଏବଂ ମିଆଁମାର ଦ୍ୱାରା ୨୦୧୭ ମସିହାରେ କରାଯାଇଥିଲା । ୪୦ ବର୍ଗ ମିଟରରେ ପ୍ରସ୍ତୁତ ହୋଇଥିବା ଏହି ଘର ଭୂମିକମ୍ପ ଏବଂ ଝଡଠାରୁ ସୁରକ୍ଷିତ ରହିବା ପାଇଁ ତିଆରି କରାଯାଇଛି ଯେଉଁଥିରେ ୨୫ ମିଲିୟନ୍ ଟଙ୍କା ଖର୍ଚ୍ଚ ହୋଇଛି ।