ମୋଦି ସରକାରଙ୍କ ୨.୦ ର ପ୍ରଥମ ବଜେଟ୍ ଶୁକ୍ରବାର ଆସିବାକୁ ଯାଉଛି । ବଜେଟ୍ ଆସିବା ପୂର୍ବରୁ ଗୁରୁବାର ସଂସଦରେ ସରକାର ଆର୍ଥୀକ ସର୍ଭେ ପ୍ରକାଶ କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଙ୍କ ସାମ୍ନାରେ ବଡ ଚ୍ୟାଲେଞ୍ଜ ଅଛି ଯେ ସେ ପ୍ରଧାନମନ୍ତ୍ରୀଙ୍କ ବଡ ନିଷ୍ପତ୍ତିକୁ ସଫଳ କରି ଦେଖାଇଲେ । ରାଜ୍ୟସଭାରେ ଆର୍ଥୀକ ସର୍ଭେ ପ୍ରକାଶ କରିଦିଆଯାଇଥିବା ବେଳେ ସର୍ଭେ ଅନୁସାରେ ୨୦୧୯-୨୦ ଦେଶର ଜିଡିପି ଗ୍ରୋଥ୍ ରେଟ୍ ୭ ପ୍ରତିଶତ ପର୍ଯ୍ୟନ୍ତ ରହିପାରେ । ଏଥିରେ ଆଗାମୀ ଆର୍ଥୀକ ବର୍ଷ ପାଇଁ ନୀତିଗତ ନିଷ୍ପତ୍ତିର ସଂକେତ ବି ମିଳିପାରେ । ଆର୍ଥୀକ ସର୍ଭେରେ କୁହାଯାଇଛି ଯେ ୨୦୧୮-୧୯ ରେ ରାଜକୋଷରେ କମ୍ ହୋଇଛି ଏବଂ ଏଥିରେ ଜିଡିପିର ୫.୮ ପ୍ରତିଶତ ରହିଛି । ଅନ୍ୟପକ୍ଷରେ ଏହାର ପୂର୍ବବର୍ଷ ୬.୪ ପ୍ରତିଶତ ଥିଲା । ଆର୍ଥୀକ ସର୍ଭେ ଅନୁସାରେ ଯଦି ଭାରତକୁ ୨୦୨୫ ପର୍ଯ୍ୟନ୍ତ ୫ ଟ୍ରିଲିୟନ୍ ର ଅର୍ଥବ୍ୟବସ୍ଥା ବନାଇବାକୁ ପଡିବ ତେବେ ଲଗାତାର ଜିଡିପିରେ ୮ ପ୍ରତିଶତ ଗ୍ରୋଥ୍ ବଢାଇବାକୁ ହେବ ।
ସର୍ଭେରେ ସରକାରଙ୍କ ତରଫରୁ କୁହାଯାଇଛି ଯେ ଆଗାମୀ ଆର୍ଥୀକ ବର୍ଷରେ ପେଟ୍ରୋଲ୍ – ଡିଜେଲ ଦାମ କମ୍ ହୋଇପାରେ । ଏହାସହ ଲଗାତାର ଏନପିଏ ମଧ୍ୟ କମ୍ ହୋଇପାରେ , ଯାହାର ଲାଭ ଜିଡିପିକୁ ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/nirmala-modi_20190591076-1.jpg)
/kanak/media/post_attachments/wp-content/uploads/2019/07/pm-modi-nirmala-sitharaman-1-300x170.png)