ନାଗ୍ରୋଟା ଆତଙ୍କବାଦୀ ଆକ୍ରମଣରେ କଣ ରହିଛି ପାକିସ୍ତାନର ଭୂମିକା? ତଥ୍ୟ ରଖିବା ପାଇଁ ଭାରତର ଜୋରଦାର କୁଟନୈତିକ ଆକ୍ରମଣ

ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା କହିଲେ, ଆତଙ୍କବାଦ କ୍ୟାମ୍ପେନ କରୁଛି ପାକିସ୍ତାନ

90

କନକ ବ୍ୟୁରୋ: ନାଗ୍ରୋଟା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ଭୂମିକା କଣ ରହିଛି ସେ ନେଇ ପାକିସ୍ତାନ ତଥ୍ୟ ରଖିବା ପାଇଁ ଭାରତ କୁଟନୈିତିକ ଆକ୍ରମଣକୁ ତୀବ୍ର କରିଛି । ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା ବିଦେଶି ଦୂତମାନଙ୍କୁ କହିଛନ୍ତି ଏହି ଆତଙ୍କବାଦୀ ଆକ୍ରମଣ ପାକିସ୍ତାନର ଜାମ୍ମୁ କାଶ୍ମୀରରେ ଚାଲିଥିବା ଆତଙ୍କବାଦୀ ଅଭିଯାନର ଏକ ଅଂଶ, ଯେଉଁଠାରେ କେବଳ ୨୦୨୦ ମସିହାରେ ଭାରତରେ ୨୦୦ ଆତଙ୍କବାଦୀ ହିଂସା ଦେଖାଯାଇଥିଲା । ସୀମା ସେପଟୁ କିପରି ଏକ ସୁଚିନ୍ତିତ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ସୂଚନା ଅନୁସାରେ ଏହି ଘଟଣାର ପ୍ରଭାବ ସୁରକ୍ଷା, କୁଟନୀତି ତଥା ଆତଙ୍କବାଦ ବିରୋଧରେ ଚାଲିଥିବା ଲଢେଇ ଉପରେ ପଡିଥିଲା । ସାମ୍ବା ସେକ୍ଟରରେ ମିଳିଥିବା ଟନେଲରୁ ଏହା ସ୍ପଷ୍ଟ ହୋଇଛି ଯେ ଆତଙ୍କବାଦୀ କେବେ ଓ କେମିତି ଭାରତ ଆସିଥିଲେ । ଜୈସ-ଏ-ମହମ୍ମଦ ଆତଙ୍କବାଦୀଠାରୁ ମିଳିଥିବା ଅସ୍ତ୍ରଶସ୍ତ୍ରରୁ ସେ  ପାକିସ୍ତାନର ବୋଲି ମଧ୍ୟ ପ୍ରମାଣ ମିଳିଛି ।

ତେବେ କିଛିଦିନ ତଳେ ଜାମ୍ମୁ-କାଶ୍ମୀରର ନଗରୋଟାରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭାରତୀୟ ଯବାନ । ଆଉ ଏବେ ପାକିସ୍ତାନରୁ ଭାରତକୁ ଆତଙ୍କବାଦୀ ପଠାଇବା ପାଇଁ ତିଆରି ସୁଡଙ୍ଗର ପର୍ଦ୍ଦାଫାସ ହୋଇଛି । ଜାମ୍ମୁ-କାଶ୍ମୀରର ଭାରତୀୟ ସୀମାରେ ରହିଛି ଏହି ସୁଡଙ୍ଗ । ଯେଉଁ ରାସ୍ତା ଦେଇ ଗୋପନରେ ଭାରତ ମାଟିକୁ ଆତଙ୍କବାଦୀ ପଠାଉଛି ସଇତାନ ପାକିସ୍ତାନ ।