ମେଲବର୍ଣ୍ଣ ଟେଷ୍ଟରେ ବିଜୟର ଦ୍ୱାରଦେଶରେ ଟିମ ଇଣ୍ଡିଆ : ବିଜୟ ପାଇଁ ଭାରତକୁ ୭୦ ରନର ଟାର୍ଗେଟ; ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨ଶହରେ ଅଲଆଉଟ

73

କନକ ବ୍ୟୁରୋ : ମେଲବର୍ଣ୍ଣ ଟେଷ୍ଟରେ ବିଜୟର ଦ୍ୱାରରେ ଟିମ୍ ଇଣ୍ଡିଆ । ବିଜୟ ପାଇଁ ଭାରତକୁ ୭୦ ରନର ଟାର୍ଗେଟ ଦେଇଛି କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଙ୍ଗସରେ ୨ଶହ ରନ୍ କରି ଅଲଆଉଟ ହୋଇଛି । ଦିତୀୟ ଇନିଙ୍ଗସରେ ମହମ୍ମଦ ସିରାଜଙ୍କୁ ସର୍ବାଧିକ ୩ୱିକେଟର ସଫଳତା ମିଳିଛି ।

ସେହିପରି୍ ବୁମରା, ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ରବିନ୍ଦ୍ର ଜାଡ଼େଜାଙ୍କୁ ୨ଟି ଲେଖାଏଁ ୱିକେଟ ମିଳଥିଲା ବେଳେ ଉମେଶ ଯାଦବ ମଧ୍ୟ ୧ ୱିକେଟ ହାତେଇଛନ୍ତି । ଅଷ୍ଟ୍ରେଲିଆ ପ୍ରଥମ ଇନିଙ୍ଗସରେ ୧୯୫ ରନ୍ କରିଥିବା ବେଳେ ଭାରତ ୩୨୬ ରନ୍ କରିଥିଲା । ପ୍ରଥମ ଇନିଙ୍ଗସ ଆଧାରରେ ଭାରତ ଅଷ୍ଟ୍ରେଲିଆକୁ ୧୩୧ ରନର ଅଗ୍ରଣୀ ଦେଇଥିଲା । ପ୍ରଥମ ଇନିଙ୍ଗିସରେ ଭାରତ ପକ୍ଷରୁ ଅଧିନାୟକ ରାହାଣେ ସର୍ବାଧିକ ୧୧୨ ରନ୍ କରିଥିଲେ । ଦ୍ୱିତୀୟ ଇନିଙ୍ଗସରେ ଭାରତର ବ୍ୟାଟିଂ ଜାରି ରହିଛି ।