କନକ ବ୍ୟୁରୋ : ଅନେକ ବାବାଙ୍କ କାହାଣୀ ଆପଣ ଶୁଣିଥିବେ କିନ୍ତୁ ଅଦୃଶ୍ୟ ବାବାଙ୍କ କାହାଣୀ ଶୁଣିନଥିବେ । ଏମିତି ଜଣେ ଅଦୃଶ୍ୟ ବାବାଙ୍କ କାହାଣୀ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନ୍ୟାସନାଲ ଷ୍ଟକ୍ ଏକ୍ସଚେଂଜର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣ ଓ ଜଣେ ହିମାଳୟ ବାବାଙ୍କ ମଧ୍ୟରେ ଥିବା ସମ୍ପର୍କର ଅନେକ ଫର୍ଦ୍ଧ ଧିରେ ଧିରେ ଖୋଲିବାରେ ଲାଗିଛି ।

Advertisment

ଷ୍ଟକ ଏକ୍ସଚେଂଜର ସିଇଓ ଥିଲେ ଚିତ୍ରା କିନ୍ତୁ ପରଦା ପଛରେ ସେୟାର ବଜାର ଚଲାଉଥିଲେ ଅଦୃଶ୍ୟ ବାବା । ୨୦୧୩ ରୁ ୨୦୧୬ ପର୍ଯ୍ୟନ୍ତ ଚିିତ୍ରା ଏନଏସଇର ସିଇଓ ଭାବରେ କାର୍ଯ୍ୟ କରୁଥିଲେ ଚିତ୍ରା ଓ ଷ୍ଟକ୍ ପାଇଁ ପରାମର୍ଶ ଦେଉଥିଲେ ବାବା । ଏମିତିକି ଷ୍ଟକ୍ ଏକ୍ସଚେଂଜରେ କିଏ କେଉଁ କାମ କରିବ, କେମିତି କାମ କରିବ ତାହା ବାବାଙ୍କ ଇସାରାରେ ଚାଲିଥିଲା । ତେବେ ବାବାଙ୍କୁ ନେଇ କ'ଣ କୁହନ୍ତି ଚିତ୍ରା ?

- ଅଦୃଶ୍ୟ ବାବାଙ୍କ ସହ ଚିତ୍ରାଙ୍କ ୨୦ ବର୍ଷର କାହାଣୀ
- ଷ୍ଟକ ଏକ୍ସେଚେଂଜ୍ ଚଳାଇବା ପାଇଁ ପରାମର୍ଶ ଦେଉଥିଲେ ବାବା
- ବାବାଙ୍କ ଇସାରାରେ କରୁଥିଲେ ସମସ୍ତ କାମ
- ବ୍ୟକ୍ତିଗତ ଓ ବୃତ୍ତିଗତ ସମସ୍ତ ନିଷ୍ପତି ବାବାଙ୍କୁ ପଚାରି ନେଉଥିଲେ
- ‘ହିମାଳୟର ବାବାଙ୍କ କୌଣସି ଶରୀର ନାହିଁ '
- ଯେଉଁଠି ଡାକିଲେ ଦୃଶ୍ୟମାନ ହୋଇପାରନ୍ତି ବାବା
- ଚିତ୍ରା ବାବାଙ୍କୁ ସ୍ମରଣ କଲେ ପ୍ରକଟ ହେଉଥିଲେ
- ଚିତ୍ରା ତାଙ୍କୁ ଶିରୋମଣି ବୋଲି ସମ୍ବୋଧନ କରୁଥିଲେ

ସିକ୍ୟୁରିିଟି ଏକ୍ସେଚେଂଜ ବୋର୍ଡ ଅଫ ଇଂଡିଆ ସେବିର ତଦନ୍ତ କିନ୍ତୁ ବାବାଙ୍କୁ ନେଇ କିଛି ଅନ୍ୟ ତଥ୍ୟ କହୁଛି ।ତଦନ୍ତରୁ ଜଣା ପଡିଛି ଯେ ବାବାଙ୍କର ରହିଥିଲା ଗୋଟିଏ ମେଲ୍ ଆଇଡି ଯେଉଁଥିରେ ସେ ଚିତ୍ରାଙ୍କ ସହ ସମ୍ପର୍କରେ ଥିଲେ । କ’ଣ ରହିଥିଲା ସେ ମେଲରେ ?

- ଦୀର୍ଘ ୮ ବର୍ଷ ଧରି ବାବା ଓ ଚିତ୍ରା ଇ- ମେଲ ଯୋଗେ କଥା ହେଉଥିଲେ
- ଯୋଗୀ ଜଣଙ୍କ ଚିତ୍ରାଙ୍କ ପ୍ରତି ଆକର୍ଷିତ ଥିଲେ
-୨୦୧୫ରେ ବହୁବାର ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା
-୨୦୧୫ରେ ଇ-ମେଲରେ ମକର କୁଣ୍ଡଳ ଗୀତ ପଠାଇଥିଲେ ବାବା
- ଚିତ୍ରା ଗୀତ ଶୁଣିଛନ୍ତି କି ନାହିଁ ପଚାରିଥିଲେ ଯୋଗୀ
-୨୦୧୭ରେ ଚିତ୍ରାଙ୍କୁ ବ୍ୟାଗ ପ୍ରସ୍ତୁତ ରଖିବାକୁ କହିଥିଲେ ଯୋଗୀ
- ଉଭୟ ସିସିଲି ଯାଇ ସମୁଦ୍ରରେ ଗାଧୋଇବା କଥା ହୋଇଛନ୍ତି
-୨୦୧୮ରେ ଦିଲ୍ଲୀ ସ୍ୱାମୀ ମଲାଇ ମନ୍ଦିରରେ ସାକ୍ଷାତ
- ଇ-ମେଲରେ ଚିତ୍ରାଙ୍କ କେଶକୁ ପ୍ରଶଂସା
- କ'ଣ କଲେ ଅଧିକ ସୁନ୍ଦର ହୋଇପାରିବ କେଶ ଦେଉଥିଲେ ପରାମର୍ଶ
- ଚିତ୍ରାଙ୍କ ସହ ବିତାଇଥିବା ସମୟ ତାଙ୍କୁ ଯୁବାବସ୍ଥାକୁ ମନେ ପକାଉଥିଲା