କନକ ବ୍ୟୁରୋ : ବିଜେପି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏକ ଭର୍ଚୁଆଲ ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୦ଟି ରାଜନୈତିକ ଦଳର ନେତା ଯୋଗ ଦେଇଥିଲେ । ବୈଠକ କ୍ରମରେ ମେଣ୍ଟର ସଂଯୋଜକ ଭାବେ ନୀତିଶ କୁମାରଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା । ହେଲେ ନିଜେ ନୀତିଶ କୁମାର ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ସହ ଲାଲୁ ଯାଦବଙ୍କୁ ମେଣ୍ଟର ସଂଯୋଜକ ଭାବେ ଚୟନ କରାଯାଉ ବୋଲି ତାଙ୍କ ତରଫରୁ ପ୍ରସ୍ତାବ ଦେଇଛନ୍ତି ।

Advertisment

ନୀତିଶ କୁମାର କହିଥିଲେ କି ଏହି ମେଣ୍ଟରେ ସବୁଠାରୁ ବୟସ୍କ ବ୍ୟକ୍ତି ହେଉଛନ୍ତି ଲାଲୁ ଯାଦବ । ତାଙ୍କୁ ମେଣ୍ଟର ସଂଯୋଜକ କରାଯାଉ । ନୀତିଶ ଆହୁରି କହିଛନ୍ତି କି ମେଣ୍ଟରେ କଂଗ୍ରେସ ସବୁଠାରୁ ବଡ ଦଳ ହୋଇଥିବାରୁ ତାଙ୍କୁ ଅଧ୍ୟକ୍ଷ ପଦ ମିଳିବା ଆବଶ୍ୟକ । ହେଲେ ନିଜେ ବିନା ପଦରେ ମେଣ୍ଟ ପାଇଁ କାମ କରିବେ ବୋଲି ନୀତିଶ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ବୈଠକରେ ମମତା ବାନାର୍ଜୀ ଓ ଉଦ୍ଧବ ଠାକରେ ଯୋଗ ଦେଇନାହାଁନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ଦ୍ୱାହୀ ଦେଇ ଉଭୟ ନେତା ବୈଠକରେ ଯୋଗ ଦେଇନାହିାଁନ୍ତି । ସେପଟେ ମେଣ୍ଟ ତରଫରୁ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି ।