ସରିଲା ସମନ୍ୱୟ କମିଟି ବୈଠକ । ମିଶିଲା କି ମନ, ମିଳିଲା କି ସମାଧାନ?

135

କନକ ବ୍ୟୁରୋ : ବୁଧବାର ଦିଲ୍ଲୀରେ ବସିଥିଲା ଇଣ୍ଡିଆ ମେଂଟ ସମନ୍ୱୟ କମିଟି ବୈଠକ । ୨୬ଦଳଙ୍କୁ ନେଇ ଗଠିତ ମେଂଟ ବୈଠକରେ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ ହୋଇଥିବା କୁହାଯାଉଛି । ବିଶେଷ କରି ବେକାରୀ ସମସ୍ୟା, ଦରଦାମ ବୃଦ୍ଧି, ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଘେରିବାକୁ ଲକ୍ଷ୍ୟ ରଖିଛି ମେଂଟ । ଏହି କ୍ରମରେ ଭୋପାଳରେ ହେବାକୁ ଯାଉଛି ପ୍ରଥମ ବିଶାଳ ରାଲି । ତେବେ ଯାହା ଉପରେ ସମସ୍ତଙ୍କ ନଜର ରହିଛି ସେ ହେଉଛି ମେଂଟ ଭିତରେ ଆସନ ଭାଗବଂଟା । ସମନ୍ୱୟ କମିଟି ବୈଠକରେ ଏନେଇ କିଛି ଗୁୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇନି ଓ ଆଗାମୀ ବୈଠକରେ ନିଆଯିବ ବୋଲି ମେଂଟ ସଦସ୍ୟ କହିଛନ୍ତିା

ଚର୍ଚ୍ଚା ହେଉଛି ବିରୋଧୀ ମେଂଟ ସଦସ୍ୟ ଯେଉଁ ସବୁ ଆସନ ପୂର୍ବରୁ ଅକ୍ତିଆର କରିଛନ୍ତି ସେଠାରେ କୌଣସି ବୁଝାମଣା ହେବନି । ଏଠାରେ ସେମାନେ ନିଜ ନିଜର ପ୍ରାର୍ଥୀ ଦେବେ । ବିଜେପି ଯେଉଁ ଆସନ ଦଖଲ କରିଛି ସେଠାରେ ପ୍ରାର୍ଥୀ ଦେବାକୁ ବୁଝାମଣା ହୋଇପାରେ । ଏନେଇ ନ୍ୟାଶନାଲ କନଫେରେନ୍ସ ନେତା ଉମର ଅବଦୁଲା ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମେଂଟର ପ୍ରଥମ ସମନ୍ୱୟ କମିଟି ବୈଠକରେ ଜାତିଭିତିକ ଜନଗଣନା ଠୁ ନେଇ ଆସନ ବୁଝାମଣା ପର୍ଯ୍ୟନ୍ତ ଆଲୋଚନା କରାଯାଇଛି । ଏଥିସହ ଗଣମାଧ୍ୟମର ଭୂମିକା ସମ୍ପର୍କରେ ମଧ୍ୟ ଚର୍ଚ୍ଚା ହୋଇଛି । ଏକପାଖିଆ ଖବର ପ୍ରସାରଣକୁ ବିରୋଧ କରିଛି ମେଂଟ । କିଛି ନିର୍ଦ୍ଧିଷ୍ଟ ଟିଭି ଚ୍ୟାନେଲର ଆଙ୍କର ମାନଙ୍କ ଶୋ’କୁ ବୟକଟ କରିବାକୁ ମଧ୍ୟ ବୈଠକରେ ନିଷ୍ପତି ନେଇଛି ଇଣ୍ଡିଆ ମେଂଟର ମିଡିଆ ସବ କମିଟି