କରୋନା ସଂକ୍ରମଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ବଡ ସୂଚନା: ଷ୍ଟେଜ୍ ୨ ଓ ଷ୍ଟେଜ ୩ ମଧ୍ୟରେ ରହିଛି ଭାରତ; କିଛି ଅଂଚଳରେ ପକେଟ୍ ସଂକ୍ରମଣକୁ ନେଇ ବଢୁଛି ଚିନ୍ତା

538

କନକ ବ୍ୟୁରୋ: ଭାରତରେ କରୋନା ସ୍ଥିତିକୁ ନେଇ ସାମ୍ନାକୁ ଆସିଛି ତଥ୍ୟ । ଭାରତ ଏବେ କରୋନାକୁ ନେଇ ଷ୍ଟେଜ ୨ ଓ ୩ ମଝିରେ ରହିଛି । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ଏପରି ତଥ୍ୟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଦେଶର କିଛି ଅଂଚଳରେ କରୋନା ସଂକ୍ରମଣକୁ ଦେଖି ଭାରତରେ କିଛି ଅଂଚଳରେ କରୋନା ସ୍ଥିତି େ ଷ୍ଟଜ୍ ୨ ଓ ୩ ମଧ୍ୟରେ ବୋଲି କୁହାଯାଉଛି । ଏହା କିଛି କିଛି ଅଂଚଳର ବହୁଳ ସଂକ୍ରମଣକୁ ଦେଖି କୁହାଯାଇଛି । ଭାରତର କିଛି କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ପକେଟ୍ ସଂକ୍ରମଣ ହୋଇଛି । ଏହା ଗୋଷ୍ଠୀ ସଂକ୍ରମଣ ନୁହଁ । ଗୋଷ୍ଠୀ ସଂକ୍ରମଣ ହେବା ଆଗରୁ ଏହାକୁ ଚିହ୍ନଟ କରାଯାଇଛି । ଦେଶରେ ଏବେ କୋଭିଡ ୧୯ ସଂକ୍ରମଣ େ ଷ୍ଟଜ ୨ରେ ରହିଛି ବୋଲି କୁହାଯାଇପାରିବ ।

ଏନେଇ ଗଣମାଧ୍ୟମକୁ ତଥ୍ୟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି । କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଯାହା କହୁଛନ୍ତି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଉଥିବା ତଥ୍ୟରେ କିଛି ବି ଫରକ ନାହିଁ । ତେଣୁ ଦେଶରେ କରୋନା ସଂକ୍ରମଣ ଗୋଷ୍ଠୀ ସଂକ୍ରମଣ ରୂପ ନେବା ଆଗରୁ ସମସ୍ତେ ଏଥି ନେଇ ସଚେତନ ହୋଇଯିବାର ଆବଶ୍ୟକତା ରହିଛି । ଷ୍ଟେଜ ୨ରେ କରୋନା ସଂକ୍ରମଣ ସେହି ମାନଙ୍କୁ ହୋଇଥାଏ ଯେଉଁମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରି ରହିଥାଏ । ଷ୍ଟେଜ ୩ ସଂକ୍ରମଣ ହେଉଛି କୌଣସି ବ୍ୟକ୍ତି କୌଣସି ଅଜଣା କରୋନା ସଂକ୍ରମଣ ଶିକାର ବ୍ୟକ୍ତି ସଂସ୍ପର୍ଶରେ ଆସି ଭୂତାଣୁର ଶିକାର ହୋଇଯିବା । ଏହା ଅତି ଦ୍ରୁତ ବେଗରେ ସଂକ୍ରମଣକୁ ଆଗକୁ ବଢାଇ ଦେଇଥାଏ । ତେଣୁ ଏଥିପ୍ରତି ଅଧିକ ସଜାଗ ହେବାର ଆବଶ୍ୟକତା ରହିଛି । ବର୍ତମାନ ସୁଦ୍ଧା ଭାରତରେ ଷ୍ଟେଜ ୨ ସଂକ୍ରମଣ ହିଁ ଠାବ ହୋଇଛି । ଏହା ପକେଟ୍ ସଂକ୍ରମଣ ଅବସ୍ଥାରେ ରହିଛି । ଏହାକୁ ଷ୍ଟେଜ ୩ ସଂକ୍ରମଣ ହେବାକୁ ଦିଆଯିବନି ।