ଆଜିଠୁ ଭାରତରେ କୋଭିଡ ଟିକା ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ । ଏସଏମଏସ ମାଧ୍ୟମରେ କରାଯାଇଛି ଅବଗତ ।

Advertisment
ଆଜିଠୁ ଭାରତରେ କୋଭିଡ ଟିକା ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ । ଏସଏମଏସ ମାଧ୍ୟମରେ କରାଯାଇଛି ଅବଗତ ।

କନକ ବ୍ୟୁରୋ : ୨୮ ଦିନ ପୂର୍ବେ ଭାରତ ଆରମ୍ଭ କରିଥିବା କୋଭିଡ୍‌-୧୯ ଟିକାକରଣ ଅଭିଯାନରେ ‘ପ୍ରଥମ ଡୋଜ୍‌’ ନେଇଥିବା ବ୍ୟକ୍ତିବିଶେଷଙ୍କୁ ଆଜି ‘ଦ୍ୱିତୀୟ ଡୋଜ୍‌’ ଦିଆଯିବ। ଏଥିନିମନ୍ତେ ସ୍ୱୟଂକ୍ରିୟ ‘ଏସଏମଏସ୍‌’ ପ୍ରେରଣ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ସିଧାସଳଖ ଫୋନ୍‌ କଲ୍‌ ମଧ୍ୟ ଯାଇଛି।

ସରକାରୀ ବିଶେଷଜ୍ଞମାନେ କହିଛନ୍ତି, ‘ପ୍ରଥମ ଡୋଜ୍‌’ ଟିକା ନେଇଥିବା ଲୋକମାନେ ଠିକ୍‌ ୨୮ ଦିନ ପରେ ‘ଦ୍ୱିତୀୟ ଡୋଜ୍‌’ ଟିକା ନେବା ଆବଶ୍ୟକ, କିନ୍ତୁ ୨୮ ଦିନ ପରେ ମଧ୍ୟ ହିତାଧିକାରୀଙ୍କୁ ଆହୁରି ଅଧିକ ଦୁଇ ସପ୍ତାହ ସମୟ ଦିଆଯାଇ ପାରିବ। ଅର୍ଥାତ୍‌ କୋଭିଡ୍‌-୧୯ ଟିକାର ‘ପ୍ରଥମ ଡୋଜ୍‌’ ନେବାର ୪ରୁ ୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେଇ ହେବ।

୨୦୨୧ ଜାନୁଆରୀ ୧୬ରେ ଶୁଭାରମ୍ଭ ହୋଇଥିବା କୋଭିଡ୍‌-୧୯ ଟିକାକରଣ ଅଭିଯାନରେ ସମଗ୍ର ଦେଶରେ ୨୦୨,୦୦୦ରୁ ଅଧିକ ବ୍ୟକ୍ତିଙ୍କୁ ‘ପ୍ରଥମ ଡୋଜ୍‌’ ଟିକା ଦିଆଯାଇଥିଲା।

ଜାନୁଆରୀ ୧୬ ତାରିଖ ଦିନ ‘କୋଭାକ୍ସିନ୍‌’ର ପ୍ରଥମ ଡୋଜ୍‌ ନେଇଥିବା ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭିକେ ପଲ୍‌ କହନ୍ତି, ଚାରି ରୁ ଛଅ ସପ୍ତାହ ମଧ୍ୟରେ ଏହି ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯାଇ ପାରିବ। ସେ ସୋମବାର ଦିନ ଦ୍ୱିତୀୟ ଡୋଜ୍‌ ଟିକା ନେଇ ପାରନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ସୁଦ୍ଧା ସମଗ୍ର ଦେଶରେ ୭.୮ ନିୟୁତରୁ ଅଧିକ ହିତାଧିକାରୀଙ୍କୁ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ଟିକା ଦିଆ ସରିଲାଣି। ଜୁଲାଇ ଶେଷ ସୁଦ୍ଧା ୩୦୦ ନିୟୁତ ଲୋକଙ୍କୁ ଟିକା ଦେବା ନିମନ୍ତେ ଭାରତ ଆନୁମାନିକ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe