୯୬ ରନରେ ହାରିଲା ୱେଷ୍ଟଇଣ୍ଡିଜ: ବିଜୟ ସହ ସିରିଜ ପୋଛିନେଲା ଭାରତ

126

କନକ ବ୍ୟୁରୋ: ଆଜି ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚରେ ୯୬ ରନରେ ଇଣ୍ଡିଜକୁ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ଟିମ ଇଣ୍ଡିଆ ୩-୦ରେ ସିରିଜରେ ବିଜୟ ଲାଭ କରିଛି । ଏହି ମ୍ୟାଚରେ ପୁଣି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଛି । କ୍ରିଷ୍ଣା ୮ ଓଭର ବୋଲିଂ କରି ୨୭ ରନ ଦେଇ ୩ଟି ୱିକେଟ ହାସଲ କରିଥିଲେ ।

ଏହି ମ୍ୟାଚରେ ଭାରତ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ବ୍ୟାଟିଂ ଆରମ୍ଭ କରିଥିଲେ ରୋହିତ ଓ ଧୱନ । ହେଲେ ଟପ ଅର୍ଡରର ସମସ୍ତ ସିନିୟର ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ । ପରେ ଆୟର ଓ ପନ୍ତ ପାଳି ସମ୍ଭାଳିଥିଲେ । ଏହି ମ୍ୟାଚରେ ଆୟର ୮୦ ଓ ପନ୍ତ ୫୬ ରନ କରିଥିଲେ । ଫଳରେ ଦଳ ୫୦ ଓଭରରେ ୨୬୫ ରନ କରି ଅଲଆଉଟ ହୋଇଯାଇଥିଲା ।

୨୬୬ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଇଣ୍ଡିଜ ଦଳ କିନ୍ତୁ ଆରମ୍ଭରୁ ଭଲ ପ୍ରଦର୍ଶନ କରିନଥିଲେ । ଦଳ ପକ୍ଷରୁ ଓଡେନ ସ୍ମିଥ ୩୬, ନିକୋଲାସ ପୂରଣ ୩୪ ରନ କରିଥିଲେ । ଫଳରେ ଦଳ ୩୭ ଓଭର ଖେଳି ୧୬୯ ରନରେ ଅଲଆଉଟ ହୋଇଯାଇଥିଲା । ଆଉ ଏହି ମ୍ୟାଚରେ ବିଜୟୀ ହୋଇଥିଲା ଭାରତ ।