କନକ ବ୍ୟୁରୋ: ପୁରୁଷ ହକି ବିଶ୍ବକପ୍-୨୦୨୩ରେ ଗୁରୁବାର ଭାରତ ବିଜୟୀ ହୋଇଛି। ଭାରତୀୟ ଟିମ୍ ୪-୨ ଗୋଲ୍ରେ ୱେଲ୍ସକୁ ପରାସ୍ତ କରିଛି। ଭାରତ ପୁଲ୍-ଡି’ରେ ଦ୍ବିତୀୟ ସ୍ଥାନରେ କ୍ରସ୍ଓଭର ଖେଳିବ। ପୂର୍ବରୁ ପୁଲ-ଡି’ରେ ଇଂଲଣ୍ଡ ଶୀର୍ଷରେ ରହି କ୍ବାର୍ଟର ଫାଇନାଲକୁ ଯାଇସାରିଛି। କଳିଙ୍ଗ ଷ୍ଟାଡିୟମ୍ରେ ଟିମ୍ ଇଣ୍ଡିଆ ତରଫରୁ ଶାମଶେର୍ ସିଂହ ପ୍ରଥମ ଗୋଲ୍ ଦେଇଥିଲେ। ସେ ୨୧ ମିନିଟରେ ପେନାଲ୍ଟି ଗୋଲ ଦେଇ ଭାରତକୁ ଆଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟରେ ଆକାଶଦୀପ ସିଂହ ଅନ୍ୟ ଏକ ଗୋଲ ଦେଇ ଭାରତକୁ ୨-୦ ଗୋଲ୍ରେ ଅଗ୍ରଣୀ କରାଇଥିଲେ। ଆକାଶଦୀପ ମ୍ୟାଚ୍ର ୩୨ ମିନିଟ୍ରେ ଫିଲ୍ଡ ଗୋଲ୍ ଦେଇଥିଲେ।
ପ୍ରଥମ ୨ଟି କ୍ବାର୍ଟରେ ୱେଲ୍ସ ଭଲ ପ୍ରଦର୍ଶନ କରି ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସକ୍ରିୟ ଦେଖାଯାଇଥିଲେ। ୱେଲ୍ସ ତରଫରୁ ୪୨ ମିନିଟ୍ରେ ଫୁରଲଙ୍ଗ୍ ଗ୍ରେଥ୍ ଏକ ପେନାଲ୍ଟି ଗୋଲ୍ ଦେଇଥିଲେ। ସେହିପରି ଦଳର ଡ୍ରାପେର ଜାକୋବ୍ ୪୪ମିନିଟରେ ଅନ୍ୟ ଏକ ଗୋଲ୍ ଦେଇ ନିଜ ଦଳକୁ ଭାରତର ସମକକ୍ଷ କରିଥିଲେ। ଖେଳର ୪୫ ମିନିଟରେ ଆକାଶଦୀପ ନିଜର ଦ୍ବିତୀୟ ଗୋଲ୍ ଦେଇ ଟିମ୍ ଇଣ୍ଡିଆକୁ ୩-୨ ଗୋଲ୍ରେ ଅଗ୍ରଣୀ କରାଇଥିଲେ। ଭାରତ ପକ୍ଷରୁ ହରମନପ୍ରୀତ ସିଂହ ୫୯ ମିନିଟରେ ଅନ୍ୟ ଏକ ଗୋଲ ଦେଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/Fm17rO1aMAEkd99.jpg)