କେଏଲ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ: ୪ ୱିକେଟରେ ଶ୍ରୀଲଙ୍କାକୁ ହରାଇଲା ଭାରତ

144

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ କେଏଲ ରାହୁଲ ମ୍ୟାଚ ବିଜୟୀ ଇଂନିସ ଖେଳିଛନ୍ତି । ଶେଷ ଯାଏଁ ଲଢି ସେ ଭାରତକୁ ବିଜୟୀ କରାଇଛନ୍ତି । ଫଳରେ ଭାରତ ଏହି ମ୍ୟାଚରେ ଶ୍ରୀଲଙ୍କାକୁ ୪ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚ ବିଜିୟ ସହ ଭାରତ ଏବେ ୨-୦ରେ ଦିନିକିଆ ସିରିଜ କବଜା କରିଛି ।
ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତ ବୋଲିଂ ପାଇଁ ମୈଦାନକୁ ଓହ୍ଲାଇଥିଲା । ଶ୍ରୀଲଙ୍କା ପକ୍ଷରୁ ନୁୱେନ୍ଦୁ ଫର୍ନାଣ୍ଡୋ ୫୦, କୁଶଲ ମେଣ୍ଡିସ ୩୪ ଓ ଦୁନିଥ ୱେଲଆଲାଗି ୩୨ ରନ କରିଥିଲେ । ଫଳରେ ଦଳ ୩୯ ଓଭର ୪ଟି ବଲ ଖେଳି ୨୧୫ ରନରେ ଅଲଆଉଟ ହୋଇଯାଇଥିଲା ।

୨୧୬ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ଭଲ ପ୍ରଦର୍ଶନ କରିପାରିନଥିଲା । କେବଳ କେଏଲ ରାହୁଲ ମିଡିଲ ଅର୍ଡରରେ ଆସି ଶେଷ ଯାଏଁ ଲଢିଥିଲେ । ଦଳ ପକ୍ଷରୁ କେଏଲ ରାହୁଲ ୬୪, ହାର୍ଦ୍ଦିକ ପାଣ୍ଡ୍ୟା ୩୬ ଓ ଶ୍ରେୟାସ ଆୟର ୨୮ ରନ କରିଥିଲେ । ଫଳରେ ଦଳ ୪୩ ଓଭର ୨ ବଲରେ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ ।