କନକ ବ୍ୟୁରୋ : ଏସିଆନ ଗେମ୍ସର ଆଜି ୭ମ ଦିବସ । ଏପର୍ଯ୍ୟନ୍ତ ଭାରତ ତରଫରୁ ମୋଟ ୩୬ଟି ପଦକ ହାସଲ କରିବାରେ ସଫଳ ହୋଇଛନ୍ତି ଖେଳାଳିମାନେ । ଆଜି ଟେନିସ ମିକ୍ସଡ ଡବଲ ଇଭେଣ୍ଟରେ ରୋହନ ବୋପନ୍ନା ଓ ଋତୁଜା ଭୋସଲେ ସ୍ୱର୍ଣ୍ଣପଦକ ଜିତି ଇତିହାସ ରହିଛନ୍ତି । ସେହିଭଳି ସ୍କ୍ୱାଶରେ ଭାରତ ପାକିସ୍ତାନକୁ ପରାଜିତ କରି ସ୍ୱର୍ଣ୍ଣ ପଦକ ହାତେଇଛି । ଏହା ପୂର୍ବରୁ ଭାରତକୁ ପ୍ରଥମ ପଦକ ସୁଟିଂରୁ ମିଳିଥିଲା । ସରବଜିତ୍ ଓ ଦିବ୍ୟା ଭାରତକୁ ରୌପ୍ୟ ପଦକ ଦେଇଥିଲେ । ଏହା ବ୍ୟତୀତ ଆଜି ୱେଟଲିପ୍ଟିଂରେ ମୀରାବାଇ ଚାନୁ କୌଣସି ମେଡାଲ ହାତେଇବାରେ ସଫଳ ହୋଇନଥିଲେ । ସ୍କ୍ୱାଶ ଇଭେଣ୍ଟରେ ଭାରତୀୟ ଖେଳାଳି ସୌରଭ ଘୋଷଲ ପାକିସ୍ତାନୀ ଖେଳାଳିଙ୍କୁ ପରାଜିତ କରି ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ।

Advertisment

ଏସିଆନ ଗେମ୍ସରେ ଭାରତ ଏପର୍ଯ୍ୟନ୍ତ ମୋଟ ୩୬ଟି ପଦକ ବିଜୟୀ ହୋଇଛି । ସେଥିମଧ୍ୟରୁ ୧୨ଟି ସ୍ୱର୍ଣ୍ଣପଦକ, ୧୨ଟି ରୌପ୍ୟ ଓ ୧୪ଟି ବ୍ରୋଞ୍ଜ ପଦକ ରହିଛି ।